ଆଜିଠୁ ବଦଳିବ ପାଗ, ରାଜ୍ୟରେ କମିବ ବର୍ଷା ପ୍ରଭାବ

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ରାଜ୍ୟରେ କମିବ ବର୍ଷା ପ୍ରଭାବ । ବଦଳିବ ପାଗ । ତଥାପି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ । ଏପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି । ଆଗାମୀ ୪-୫ ଦିନ ଭିତରେ ଉତ୍ତର ପଶ୍ଚିମ ଭାଗର ଅଧିକାଂଶ ସ୍ଥାନ ଓ ମଧ୍ୟ ଭାରତର ଭୂଭାଗର କିଛି ଅଞ୍ଚଳରୁ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ହେଉଛି ।

ଅନ୍ୟପଟେ ଆଜି ରାଜଧାନୀରେ ଅନୁଭୂତ ହୋଇଥିଲା ଚଳିତ ମାସର ପ୍ରଥମ ଘନ କୁହୁଡ଼ି । ଦୃଶ୍ୟମାନ ଦୂରତା ୧୦୦ ମିଟର ଛୁଇଁଥିଲା । ଘଣ୍ଟାଏ ଭିତରେ ୩ହଜାର ୫୦୦ ମିଟର ତଳକୁ ଖସିଥିଲା ଦୃଶ୍ୟମାନ ଦୂରତା । ଅକ୍ଟୋବର ମାସରେ ଏଯାଏ ରାଜ୍ୟରେ ୮୯.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ ୬୨ ପ୍ରତିଶତ ଅଧିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.