Below header

ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପ୍ରେମିକାର ଭାଇ, ପରେ ଥାନାରେ କଲା ଆତ୍ମସମର୍ପଣ

ବାଲିଗୁଡା(କେନ୍ୟୁଜ୍): ପ୍ରେମ ସମ୍ପର୍କକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ । ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପ୍ରେମିକାର ଭାଇ । ହତ୍ୟା ପରେ ପୋଲିସ ନିକଟରେ ଆତ୍ମସମର୍ପଣ କଲା ଅଭିଯୁକ୍ତ । କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ତଡ଼ବାଡି ଗାଁରେ ହତ୍ୟାକାଣ୍ଡ ଘଟିଛି ।

ମୃତକ ହେଲେ କୁଳପଦର ଗାଁର ପ୍ରଦୀପ ମଳିକ । ଗତକାଲି ପ୍ରଦୀପ ସାଙ୍ଗ ସହ ପ୍ରେମିକାକୁ ଦେଖା କରିବାକୁ ତଡବାଡି ଗାଁକୁ ଯାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପ୍ରେମିକାର ଭାଇ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ପରେ ମୃତଦେହକୁ ବାଇକରେ ୪ କିଲୋମିଟର ବୋହି ନେଇ ବାଦବାଡି ଜଙ୍ଗଲରେ ଫିଙ୍ଗିଦେଇଥିଲା। ଘଟଣା ସମ୍ପର୍କରେ ଜଣାପଡିବା ପରେ ତଦନ୍ତ କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.