ଦୀପାବଳି ଓ ଛଠ୍‌ ପାଇଁ ଯାତ୍ରୀଙ୍କୁ ଭେଟି! ଏବେ ଟ୍ରେନ ଟିକେଟ୍‌ କନ୍‌ଫର୍ମ ନ ହେଲେ ମଧ୍ୟ ମିଳିଯିବ ପୂରା ସିଟ୍‌; ଜାଣନ୍ତୁ ନିୟମ

ଏଥର ଫେଷ୍ଟିଭ୍‌ ସିଜନରେ ଯଦି ଆପଣ ବି ଟ୍ରେନରେ ଯାତ୍ରା କରିବାର ଯୋଜନା କରିଛନ୍ତି, ତ ଆପଣଙ୍କ ପାଇଁ ରହିଛି ଏକ ବଡ଼ ଖବର। ରେଲେଓ୍ଵ ତରଫରୁ ଯାତ୍ରୀମାନଙ୍କୁ ଖାସ୍‌ ସୁବିଧା ଦିଆଯାଉଛି, ଯାହା ଅଧୀନରେ ଆପଣଙ୍କୁ ଏଥର ଦୀପାବଳି ଏବଂ ଛଠ୍‌ ପୂଜାରେ ଘରକୁ ଯିବା ପାଇଁ ଟ୍ରେନରେ କନ୍‌ଫର୍ମ ସିଟ୍‌ ମିଳିବ। ବାସ୍ତବରେ, ଭାରତୀୟ ରେଲେଓ୍ଵ ଯାତ୍ରୀମାନଙ୍କ ସୁବିଧାକୁ ନଜରରେ ରଖି ବଡ଼ ପଦକ୍ଷେପ ଗ୍ରହଣ କରିଛି।

ଆରମ୍ଭ କରାଯାଇଛି ଖାସ୍‌ ସ୍କିମ୍‌

ଉତ୍ସବ ଋତୁରେ କନ୍‌ଫର୍ମ ସିଟ୍‌ ମିଳିବା ଏକ ବଡ଼ ଚ୍ୟାଲେଞ୍ଜର ବିଷୟ ହୋଇଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ରେଲେଓ୍ଵ ତରଫରୁ ‘ବିକଳ୍ପ ସ୍କିମ୍‌’ ଆରମ୍ଭ କରାଯାଇଛି। ଆଜି ଆମେ ଆପଣଙ୍କୁ ଜଣାଇବୁ କି, ଏହି ସ୍କିମ୍‌ ଅଧୀନରେ ଆପଣଙ୍କୁ କେମିତି କନ୍‌ଫର୍ମ ସିଟ୍‌ ମିଳି ପାରିବ। ଆସନ୍ତୁ ଜାଣିବା…

କ’ଣ ଏହି ବିକଳ୍ପ ସ୍କିମ୍‌

ଟିକେଟ୍‌ କନ୍‌ଫର୍ମ ନ ହେବା ସ୍ଥିତିରେ ରେଲେଓ୍ଵ ଯାତ୍ରୀମାନଙ୍କୁ ଏକ ନୂଆ ବିକଳ୍ପ ଦେଇଥାଏ। ଯଦି ସେହି ଟ୍ରେନରେ ଟିକେଟ କନ୍‌ଫର୍ମ ନ ହେଲା, ତା’ ହେଲେ କୌଣସି ଅନ୍ୟ ଟ୍ରେନରେ କନ୍‌ଫର୍ମ ଟିକେଟ୍‌ ଦିଆଯିବ। ବିକଳ୍ପ ସ୍କିମ୍‌ ଅଧୀନରେ ଯାତ୍ରୀମାନେ ଏହି ସୁବିଧା ପାଇ ପାରିବେ। ତେବେ ଏହି ସୁବିଧା ଆପଣଙ୍କୁ ଦରକାର କି ନାହିଁ, ଏଥିପାଇଁ ଟିକେଟ୍‌ ବୁକ୍‌ କରିବା ସମୟରେ ଆପଣଙ୍କୁ ଏହା ଚୟନ କରିବାକୁ ପଡ଼ିବ।

କ’ଣ ରହିଛି ଏହି ସ୍କିମ୍‌ର ନିୟମ

ଆପଣଙ୍କୁ କହି ରଖୁଛୁ କି, ‘ବିକଳ୍ପ’ ବାଛିବାର ଅର୍ଥ ଏହା ନୁହେଁ ଯେ ଆପଣଙ୍କୁ କୌଣସି ଅନ୍ୟ ଟ୍ରେନରେ କନ୍‌ଫର୍ମ ଟିକେଟ୍‌ ମିଳିଯିବ, ବରଂ ଏହା ଟ୍ରେନ୍‌ ଏବଂ ସିଟ୍‌ର ଉପଲବ୍ଧତା ଉପରେ ନିର୍ଭର କରିଥଶଏ। ଏହି ସୁବିଧା ସହ ଜଡ଼ିତ ଅନେକ ନିୟମ ମଧ୍ୟ ରହିଛି। ଯେପରି କି, କେଉଁ ଷ୍ଟେସନରୁ ଆପଣଙ୍କୁ ଟ୍ରେନ ଧରିବାର ଅଛି ଏବଂ କେତେ ବାଟ ପର୍ଯ୍ୟନ୍ତ ଆପଣଙ୍କୁ ସିଟ୍‌ ମିଳିବ, ତାହା ପରିବର୍ତ୍ତନ ହୋଇପାରେ। ଆମେ ଆପଣଙ୍କୁ ଇଣ୍ଡିଆନ ରେଲେଓ୍ଵ କ୍ୟାଟରିଙ୍ଗ୍‌ ଆଣ୍ଡ ଟୁରିଜମ୍‌ କର୍ପୋରେସନ (IRCTC)ର ଏହି ସୁବିଧାର ନିୟମ ଏବଂ ସର୍ତ୍ତ ବିଷୟରେ କହୁଛୁ।

ଅନଲାଇନ ଟିକେଟ ବୁକିଂରେ ମିଳିଥାଏ ସୁବିଧା

ଅନଲାଇନ ବୁକିଂରେ ବିକଳ୍ପ ସ୍କିମ୍‌ର ବ୍ୟବହାର କରାଯାଇଥାଏ। ଆପଣଙ୍କୁ ଟିକେଟ୍‌ ବୁକ୍‌ କରିବା ସମୟରେ ୧ରୁ ଅଧିକ ଟ୍ରେନ୍‌କୁ ଚୟନ କରିବାକୁ ପଡ଼ିଥାଏ। ରେଲେଓ୍ଵ Alternate Train Accommodation ସ୍କିମ୍‌କୁ ବିକଳ୍ପ ସ୍କିମ୍‌ ନାମ ଦେଇଛି।

ସମସ୍ତ ଯାତ୍ରୀ ନେଇ ପାରିବେ ଏହାର ଫାଇଦା

ରେଲେଓ୍ଵର ଏହି ସ୍କିମ୍‌ ସମସ୍ତ ଟ୍ରେନ୍‌ ଓ କ୍ଲାସ୍‌ ପାଇଁ ଲାଗୁ ହୋଇଥାଏ। ଏହା ବ୍ୟତୀତ େଓ୍ଵଟିଂ ଲିଷ୍ଟ୍‍ରେ ସାମିଲ ସମସ୍ତ ଯାତ୍ରୀ ଏହାର ଫାଇଦା ନେଇ ପାରିବେ। ଏହି ଯୋଜନା ଅଧୀନରେ ଯାତ୍ରୀମାନେ ଥରକେ ୫ଟି ଟ୍ରେନର ବିକଳ୍ପ ଦେଇ ପାରିବେ। କହି ରଖୁଛୁ କି, ଏହି ସୁବିଧା କେବଳ ସେହି ଲୋକଙ୍କ ପାଇଁ ରହିଛି, ଯେଉଁମାନେ େଓ୍ଵଟିଂରେ ଟିକେଟ୍‌ ବୁକିଂ କରିଛନ୍ତି ଏବଂ ଚାର୍ଟ ତିଆରି ସତ୍ତ୍ୱେ ସେମାନଙ୍କ ନାମ େଓ୍ଵଟିଂ ଲିଷ୍ଟରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.