ଫିଲ୍ମରେ ରୋମାନ୍ସ କରିବେ କ୍ରିକେଟର ଶିଖର ଧଓ୍ଵନ! ଏହି ଅଭିନେତ୍ରୀ ଦ୍ୱୟଙ୍କ ସହ ‘ଡବଲ ଏକ୍ସଏଲ୍‌’ରେ ଆସିବେ ନଜର

ସୋନାକ୍ଷୀ ସିହ୍ନା ଓ ହୁମା କୁରୈସୀଙ୍କ ଅଭିନୀତ ଫିଲ୍ମ ‘ଡବଲ ଏକ୍ସଏଲ୍‌’ ବର୍ତ୍ତମାନ ଖୁବ୍‌ ଚର୍ଚ୍ଚାରେ ଅଛି। ଏହା ଦୁଇ ପ୍ଲସ୍‌ ସାଇଜ୍‌ ମହିଳାଙ୍କ କାହାଣୀ, ଯେଉଁମାନେ କି, ନିଜ ସ୍ୱପ୍ନର ଦୁନିଆରେ ବୁଲୁଛନ୍ତି। ସତରାମ ରମାନୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ହେଉଛି ଏକ ସ୍ଲାଇସ୍‌-ଅଫ୍‌-ଲାଇଫ୍‌ କମେଡି ଡ୍ରାମା। ଫିଲ୍ମ ‘ଡବଲ ଏକ୍ସଏଲ୍‌’ ଶରୀରର ଓଜନକୁ ନେଇ ରହିଥିବା ଧାରଣାକୁ ଚ୍ୟାଲେଞ୍ଜ ଦେବା ସହ ଏକ ମଜଭୁତ ବାର୍ତ୍ତା ମଧ୍ୟ ଦେଉଛି କି, ଯଦି ଆପଣ କୌଣସି ସ୍ୱପ୍ନ ଦେଖୁଛନ୍ତି, ତ ଏହାକୁ ହାସଲ ମଧ୍ୟ କରି ପାରିବେ। କିନ୍ତୁ ଫ୍ୟାନ୍‌ମାନଙ୍କ ପାଇଁ ଫିଲ୍ମରେ ଆଉ ଏକ ବଡ଼ ସରପ୍ରାଇଜ୍‌ ରହିଛି।

ଫିଲ୍ମର କାହାଣୀ ଦିଲ୍ଲୀ, ମେରଠ ଓ ମୁମ୍ବାଇର ପରିବେଶ ଉପରେ ପର୍ଯ୍ୟବସିତ ରହିଛି। ଏଥିରେ ସୋନାକ୍ଷୀ ସିହ୍ନା ଓ ହୁମା କୁରୈସୀଙ୍କ ସହ ଜହୀର ଇକବାଲ ଓ ମହତ ରାଘବେନ୍ଦ୍ର ମଧ୍ୟ ନଜର ଆସିବେ। ତେବେ ଫିଲ୍ମର ବଡ଼ ସରପ୍ରାଇଜ୍‌ ବିଷୟରେ କଥା ହେବା ‘ତଡବଲ ଏକ୍ସଏଲ୍‌’ରେ ଜଣାଶୁଣା ଭାରତୀୟ କ୍ରିକେଟର ଶିଖର ଧଓ୍ଵନ ମଧ୍ୟ ବହୁତ ଖାସ୍‌ ଅନ୍ଦାଜରେ ନଜର ଆସିବେ।

ନିଜ ରୋଲ ବିଷୟରେ ଶିଖର ଧଓ୍ଵନ କୁହନ୍ତି କି, ତାଙ୍କ ନିର୍ଣ୍ଣୟ ବହୁତ ସହଜ ଥିଲା। ଦେଶ ପାଇଁ ଖେଳୁଥିବା ଜଣେ ଆଥ୍‌ଲେଟର ଜୀବନ ସବୁବେଳେ ବହୁତ ବ୍ୟସ୍ତ ଥାଏ। ଭଲ ଭଲ ମନୋରଞ୍ଜନ ଭିତ୍ତିକ ଫିଲ୍ମ ଦେଖିବାରେ ମୋର ବହୁତ ସଉକ ଅଛି। ଯେତେ ବେଳେ ଏହି ଅଫର ମୋ ପାଖକୁ ଆସିଲା ଏବଂ ମୁଁ କାହାଣୀ ଶୁଣିଲି, ତ ଏହାର ମୋ ଉପରେ ଗଭୀର ପ୍ରଭାବ ପଡ଼ିଥିଲା।

ଶିଖର ଧଓ୍ଵନ କହିଥିଲେ, ଏହି ଫିଲ୍ମ ପୂରା ସମାଜ ପାଇଁ ଏକ ସୁନ୍ଦର ବାର୍ତ୍ତା ଦେଉଛି ଏବଂ ମୁଁ ଆଶା ରଖିଛି ଯେ ସେ ଯାହା ବି ହେଉ ଅନେକ ଯୁବକ, ଯୁବତୀ ନିଜ ସ୍ୱପ୍ନ ପଛରେ ଦୌଡ଼ିବେ। ଆପଣଙ୍କୁ କହି ରଖୁଛୁ, ଫିଲ୍ମ ‘ଡବଲ ଏକ୍ସଏଲ୍‌’ ଆସନ୍ତା ନଭେମ୍ବର ୪ରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମ ଗୁଲଶନ କୁମାର, ଟି-ସିରିଜ୍‌, ଓ୍ଵାକାଓ ଫିଲ୍ମସ୍‌ ଏବଂ ମୁଦସର ଅଜିଜ୍‌ଙ୍କ ଦ୍ୱାରା ନିର୍ମାଣ କରାଯାଇଛି।

ସେପଟେ କ୍ରିକେଟ୍ ଜଗତରେ ନାମ ଅର୍ଜନ କରିବା ପରେ ଭାରତୀୟ ଦଳର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନି ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପାଦ ଦେବାକୁ ଯାଉଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମାହିଙ୍କ ପ୍ରଡକ୍ସନ୍ ହାଉସର ନାମ ରହିଛି ‘ଧୋନି ଏଣ୍ଟରଟେନମେଣ୍ଟ’। ତେବେ ସେ ବଲିଉଡରେ ନୁହେଁ, ବରଂ ସାଉଥ୍ ଇଣ୍ଡଷ୍ଟ୍ରୀରେ କାମ କରିବେ। ଖବର ମୁତାବକ, ମହେନ୍ଦ୍ର ସିଂ ଧୋନି ତାମିଲ, ତେଲୁଗୁ ଏବଂ ମାଲାୟାଲମ୍ ଭାଷାରେ ଫିଲ୍ମ ନିର୍ମାଣ କରିବେ। ବିକାଶ ହାସିଜା ହେଉଛନ୍ତି ‘ଧୋନି ଏଣ୍ଟରଟେନମେଣ୍ଟ’ର ବିଜନେସ୍ ହେଡ୍। ପ୍ରଡକ୍ସନ୍ ହାଉସ୍ ଏ ପର୍ଯ୍ୟନ୍ତ ତିନୋଟି ପ୍ରୋଜେକ୍ଟରେ କାମ କରି ସାରିଛି, ତାହା ହେଲା, ରୋୟର୍ ଅଫ୍ ଦି ଲାୟନ୍, ବ୍ଲେଜ୍ ଟୁ ଗ୍ଲୋରୀ ଏବଂ ଦି ହିଡେନ୍ ହିନ୍ଦୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.