ଫିଲ୍ମ ‘ରାମସେତୁ’ର ଟ୍ରେଲର ରିଲିଜ, ପାଣିରେ ଚାଲୁଥିବାର ନଜର ଆସିଲେ ଅକ୍ଷୟ କୁମାର

ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ରାମ ସେତୁ’ ଟ୍ରେଲର ରିଲିଜ ହୋଇଛି। ଏହି ଫିଲ୍ମ ଘୋଷଣା ହେବା ପରଠାରୁ ଚର୍ଚ୍ଚାରେ ରହିଥିଲା। ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ଆସନ୍ତା ୨୫ ତାରିଖରେ ଦୀପାବଳି ଅବସରରେ ରିଲିଜ ହେବ। ଏହି ଫିଲ୍ମରେ ଆକ୍ସନ, ଥ୍ରୀଲର ଏବଂ ରୋମାଞ୍ଚ ଭରି ରହିଛି। ଫିଲ୍ମର ଟ୍ରେଲରକୁ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ କରାଯାଇଛି।

ଅକ୍ଷୟ କୁମାର ଫିଲ୍ମର ଟ୍ରେଲର ସେୟାର କରି ସୋସିଆଲ ମିଡିଆରେ ଲେଖିଛନ୍ତି, ‘ଆପଣମାନେ ରାମସେତୁର ପ୍ରଥମ ଝଲକକୁ ବହୁତ ପସନ୍ଦ କରିଥିଲେ। ଆଉ ଆଶା କରୁଛି ଟ୍ରେଲରକୁ ମଧ୍ୟ ବହୁତ ପସନ୍ଦ କରିବେ। ଏବର୍ଷ ଦୀପାବଳିରେ ସପରିବାର ସହି ଆସି ଫିଲ୍ମ ରାମସେତୁର ଅଂଶ ହୁଅନ୍ତୁ।


ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ଡାଲଗ ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ଲେଖିଛନ୍ତି। ଅରୁଣ ଭାଟିଆ ଏବଂ ବିକ୍ରମ ମାଲହୋତ୍ରା ଏହି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ।  ଫିଲ୍ମରେ ଅକ୍ଷୟ କୁମାର ଆର୍କଲଜିଷ୍ଟ ଭୂମିକାରେ ଅଭିନୟ କରୁଛନ୍ତି।  ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ନୁସରତ ଭାରୁଚା, ସତ୍ୟଦେବ କଞ୍ଚାରଣା ଏବଂ ନସର ଜୈସ ଭଳି କଳାକାର ନଜର ଆସିବେ।

ଏହି ଫିଲ୍ମର ସୁଟିଂ ଅଯୋଧ୍ୟାରେ ହେବ ବୋଲି ପୂର୍ବରୁ ଅକ୍ଷୟ କୁମାର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁମତି ମାଗିଥିଲେ।

ଏହି ଫିଲ୍ମରେ ଅକ୍ଷୟଙ୍କ ସହିତ ଜ୍ଯାକଲିନ ଫର୍ଣ୍ଣାଣ୍ଡିଜ ନଜର ଆସିବେ। ପୂର୍ବରୁ ଅକ୍ଷୟଙ୍କ ସହିତ ଜ୍ଯାକଲିନ ୬ଟି ଫିଲ୍ମ କରିଥିବା ବେଳେ ଏହା ୭ ନଂ ଫିଲ୍ମ ହେବ।

Also Read : ଟ୍ଵିଟରକୁ ବାଏ ବାଏ କହିଲେ କରଣ ଜୋହର, ଫ୍ୟାନ୍ସ କହିଲେ, ଶାନ୍ତି ଚାହୁଁଛନ୍ତି ଯଦି କଫି ଉଇଥ କରନ ଶୋ ବନ୍ଦ କରିଦିଅନ୍ତୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.