ଓଡଙ୍ଗ ନିକଟରେ ଓଲଟିଲା ଅଣ୍ଡା ବୋଝେଇ ଟ୍ରକ୍
ରସୁଲପୁର (କେନ୍ୟୁଜ୍ ) : ଆନ୍ଦ୍ରପ୍ରଦେଶରୁ ଆସୁଥିବା ଏକ ଅଣ୍ଡା ବୋଝେଇ ଟ୍ରକ୍ ଆଜି ସକାଳେ ଓଡଙ୍ଗ ନିକଟରେ ଓଲଟି ପଡ଼ିଥିବା ଜଣାଯାଇଛି । ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ଡ୍ରାଇଭର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନାନୁଯାୟୀ, ଆନ୍ଧ୍ରପ୍ରଦେଶର ଅନପର୍ତ୍ତିରୁ ଅଣ୍ତା ବୋଝେଇ କରି (ଏପି ୦୫ ଟିଏ ୪୧୧୯) ଟ୍ରକଟି ଜଳେଶ୍ବର ଅଭିମୁଖେ ଯାଉଥିଲା। ଆଜି ଭୋରରୁ ଜାତୀୟ ରାଜପଥ-୧୬ର ଓଡ଼ଙ୍ଗ ପରିବା ବଜାର ନିକଟରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଓଡ଼ଙ୍ଗ ନିକଟରେ ଡିଭାଇଡର ଉପରକୁ ଚଢ଼ିଯିବାରୁ ଭାରସ୍ୟାମ ହରାଇ ଟ୍ରକଟି ଓଲଟି ପଡ଼ିଥିଲା। ଏଥିରେ ଡ୍ରାଇଭର ଶ୍ରୀନୁ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ଚଣ୍ତିଖୋଲ ଟ୍ରାଫିକ୍ ଇନ୍ସପେକ୍ଟର ଓ ଧର୍ମଶାଳା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତ ଡ୍ରାଇଭରଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ପଠାଇଥିଲେ । ପରେ ଅଣ୍ତାଗୁଡ଼ିକ ଅନ୍ୟ ଗାଡ଼ିରେ ପଠାଇବାର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି ।