ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ, ଭୁବନେଶ୍ୱରର ଘରୋଇ ହସ୍‌ପିଟାଲରେ ଭର୍ତ୍ତି

କେନ୍ଦୁଝର(କେନ୍ୟୁଜ୍‌) : ପଦ୍ମଶ୍ରୀ ତୁଳସୀ ମୁଣ୍ଡା ପୁଣି ଆଜି ଅସୁସ୍ଥ ହୋଇପଡ଼ିଛନ୍ତି । ବଡ଼ବିଳ ସ୍ଥିତ ନିଜ ଆଶ୍ରମରେ ଥିବାବେଳେ ପୂର୍ବ ଥର ଭଳି ପୁଣି ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି ।
ପୂର୍ବ ଥର ମଧ୍ୟ ତାଙ୍କର ଏପରି ନିଶ୍ୱାସ ନେବାରେ ଅସୁବିଧା ଦେଖା ଦେଇଥିଲା । ମାତ୍ର ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟରେ ଟିକିଏ ସୁଧାର ଆସିଥିଲା । ଆଜି ପୁଣି ଥରେ ତାଙ୍କର ସ୍ୱାସ୍ଥ୍ୟ ବିଗିଡିଥିବା ଖବର ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.