Below header

ବଡ଼ଭାଇର ଖଣ୍ଡା ଚୋଟରେ ଚାଲିଗଲା ସାନଭାଇର ପ୍ରାଣ

ବଡ଼ଭାଇର ଖଣ୍ଡା ଚୋଟରେ ଚାଲିଗଲା ସାନଭାଇର ପ୍ରାଣ । ବାଲେଶ୍ୱର ସିମୁଳିଆ ଥାନା ବିଷ୍ଣୁପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ବଡ଼ଭାଇ କୈଳାସ ମାଝି ଓ ସାନଭାଇ ସୁରେଶ ମାଝିଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ବିବାଦ ଲାଗିରହିଥିଲା । ଆଜି ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ସହ ପାଟିତୁଣ୍ଡ ହୋଇଥିଲା । କୈଳାସ ଉତ୍ତ୍ୟେକ୍ତ ହୋଇ ସୁରେଶକୁ ଖଣ୍ଡା ହାଣି ଦେଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ଅବସ୍ଥାରେ ସୁରେଶକୁ ଭଦ୍ରକ ମେଡିକାଲକୁ ନେଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସିମୁଳିଆ ପୋଲିସ ତଦନ୍ତ ଆରମ୍ଭ କରିବା ସହ କୈଳାସଙ୍କ ସ୍ତ୍ରୀ, ପୁଅ ଓ ଝିଅକୁ ଥାନାକୁ ଆଣି ପଚରାଉଚରା କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.