ପିପିଲି : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଗ୍ରାମ ରୋଜଗାର ସେବକ

ପିପିଲି (କେ ନ୍ୟୁଜ୍‌) : କେବେ ଭାବି ନଥିଲେ ଏମିତି ଧରାପଡ଼ିବେ ବୋଲି । ହେଲେ ଭିଜିଲାନ୍ସ ଛକି ବସିଥିଲା ଆଉ ଧରି ପକାଇଲା । ଲାଞ୍ଚ ନେବା ବେଳେ ଧରା ପଡିଗଲେ ଗ୍ରାମ ରୋଜଗାର ସେବକ । ପୁରୀ ଜ଼ିଲ୍ଲା ପିପିଲି ବ୍ଲକ କୁଳଶେଖର ପାଟଣା ପଞ୍ଚାୟତର ଗ୍ରାମରୋଜଗାର ସେବକ ଲଷ୍ମୀପ୍ରିୟା ସାହୁ ଇନ୍ଦିରା ଆଵାସ ବାବଦରେ ବଳକା ବିଲ କରାଇବା ପାଇଁ ୨ ହଜାର ଟଙ୍କା ହତିଧିକାରୀସିପୁ ସ୍ୱାଇଁଙ୍କୁ ମାଗିଥିଲେ । ଏଥିପାଇଁ ତାଙ୍କୁ ବାରମ୍ବାର ଦୌଡ଼ି ବାକୁ ପଡ଼ୁ ଥିଲା । ଶେଷରେ ସେ ଏ ନେଇ ଭିଜିଲାନ୍ସକୁ ଜଣାଇଥିଲେ । ଆଜି ଯୋଜନା ମୁତାବକ ଭିଜିଲାନ୍ସ ଟିମ ପୂର୍ବରୁ ଛକି ରହି ଥିବାବେଳେ ଲଷ୍ମୀପ୍ରିୟା ନିଜ ଘରେ ୨ ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ପୁରୀ ଭିଜିଲାନ୍ସ ଟିମ ତାଙ୍କୁ କାବୁ କରି ନେଇ ଥିଲା । ଗିରଫ ଲକ୍ଷ୍ମୀପ୍ରିୟାଙ୍କୁ ଭୁବନେଶ୍ୱର କୋର୍ଟ ରେ ହଜାର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.