Below header

ଦନ୍ତାର ଦାଦାଗିରି, ଶୋଇଥିବାବେଳେ ଘରୁ ଟାଣି ଆଣି କଚାଡିଦେଲା

ଢେଙ୍କାନାଳ(କେନ୍ଯୁଜ୍) : ଘରେ ଶୋଇଥିବାବେଳେ ଟାଣି ଆଣି ଆକ୍ରମଣ କଲା ଦନ୍ତା। ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅଙ୍କରାନ୍ତିପୁର ଗାଁରେ । ହାତୀ ଆକ୍ରମଣରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କ ନାଁ ଶ୍ରୀନିବାସ ଦେହୁରୀ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଗୁରୁତର ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି ।

dhenkanalଦିନକୁ ଦିନ ସ୍ଥାନୀୟ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ି ଚାଲିଥିବା ଯୋଗୁଁ ପ୍ରତିବାଦରେ ଗାଁଲୋକ ୫୫ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ଢେଙ୍କାନାଳ ଓ ଅନୁଗୁଳକୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ବିଦ୍ୟୁତ୍‌ ତାର ଲାଗି ହାତୀ ମୃତ

balangiriବଲାଙ୍ଗିର ଦେଓଗାଁ ଉପରଝର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୧୧ କେ.ଭି ବିଦ୍ଯୁତ୍ ତାର ସଂସ୍ପର୍ଶରେ ଆସି ଏକ ହାତୀର ମୃତ୍ୟୁ ହୋଇଛି । ଏନେଇ ବଲାଙ୍ଗିର ଡିଏଫ୍‌ଓ ସୂଚନା ଦେଇଥିବାବେଳେ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଦୁର୍ବୃତ୍ତମାନେ ଦନ୍ତା ହାତୀର ୨ଟି ଯାକ ଦାନ୍ତ କାଟିନେଇଥିବା ଗାଁଲୋକେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.