Below header

ଘରେ ପଶି ଦଳିଦେଲା ଦନ୍ତା, ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର

ଢେଙ୍କାନାଳ(କେନ୍ଯୁଜ୍): ଘରେ ପଶି ଦଳିଦେଲା ଦନ୍ତା। ଢେଙ୍କାନାଳ ହିନ୍ଦୋଳ ବ୍ଲକ ବାବନ୍ଧଗାଁ ମାଟିଆ ସାହିରେ ହାତୀ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର। ଗତକାଲି ବିଳମ୍ବିତ ରାତିରେ ଦମ୍ପତି ଶୋଇଥିବା ଅବସ୍ଥାରେ ଦନ୍ତା ହାତୀଟି ଘର କାନ୍ଥ ଭାଙ୍ଗି ସ୍ୱାମୀ, ସ୍ତ୍ରୀଙ୍କୁ ଦଳିଦେଇଥିଲା। ଘଟଣାସ୍ଥଳରେ ସ୍ତ୍ରୀ ସଜ୍ଜନୀ ପ୍ରଧାନଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଭରତ ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଗାଁରେ ବନବିଭାଗ ପହଞ୍ଚି ହାତୀକୁ ଘଉଡାଇବାକୁ ଚେଷ୍ଟା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.