Below header

କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କର ଚାଲିଛି କାରଣ ଖୋଜା, ଭବାନୀପାଟଣାରେ ପହଁଚିଲେ ଭୁବନେଶ୍ୱର OUATର ଏକ ବିଶେଷଜ୍ଞ ଦଳ

କଳାହାଣ୍ଡି : କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ ରେ ହାତୀ ମଡ଼କର ଚାଲିଛି କାରଣ ଖୋଜା। ଭୁବନେଶ୍ୱର OUATର ଏକ ବିଶେଷଜ୍ଞ ଦଳ ଭବାନୀପାଟଣାରେ ପହଞ୍ଚିଛନ୍ତି। ୧୪ଦିନ ମଧ୍ୟରେ ୬ଟି ହାତୀର ମୃତ୍ୟୁ ଘଟିବା ପରେ ହାତୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭୟାରଣ୍ୟର ଘୁଷୁରୀଗୁଡି ନାଳ ନିକଟରୁ ଏକ ଛୁଆ ହାତୀର ମୃତଦେହ ଠାବ ହେବା ପରେ ପୁଣି ଏକ ମାଈ ହାତୀର ମୃତଦେହ ମିଳିଛି।

ଭୁବନେଶ୍ୱର ଓୟୁଏଟିର ପ୍ରାଣୀ ବିଶେଷଜ୍ଞ ଟିମ ହେମରେଜ ସେପ୍‌ଟିସେମିଆ ଭୁତାଣୁ ସଂକ୍ରମଣରୁ ମୃତ୍ୟୁ ବୋଲି ସ୍ପଷ୍ଟ କରିଛି। ସ୍ଥାନୀୟ ଅଞ୍ଚଳର ଗୃହପାଳିତ ପଶୁର ମୃତ ଦେହରୁ ହାତୀଙ୍କୁ ବ୍ୟାପିଥିବା ଅନୁମାନ କରାଯାଉଛି। ଭୁତାଣୁ ସଂକ୍ରମଣ ରୋକିବାକୁ ସ୍ଥାନୀୟ ଅଞ୍ଚଳର ଗୃହପାଳିତ ପଶୁଙ୍କୁ ଟିକାକରଣ, ହାତୀ ପିଉ ଥିବା ନାଳ ପାଣି ବିଶୋଧନ ତଥା ହାତୀଙ୍କ ରୋଗପ୍ରତିଷେଧକ ଶକ୍ତି ବୃଦ୍ଧି କରିବାକୁ ବିଶେଷଜ୍ଞ ଟିମ ବନ ବିଭାଗକୁ ପରାମର୍ଶ ଦେଇଛିି।

କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ଥିବା କର୍ଲାପାଟ, ତେନ୍ତୁଳିପଦର, ଲିଲିଙ୍ଗପଦର, ଜାଖମ ଆଦି ଗାଁରେ ଟିକାକରଣ ସହ ଘୁଷୁରୀଗୁଡି ଓ ଜାଖମ ନାଳପାଣି କୁ ବିଶୋଧନ କରାଯାଉଛି। ହେଲେ ହାତୀଙ୍କୁ ସିଧାସଳଖ ଚିକିତ୍ସା କରାଯାଇ ପାରୁନଥିବାରୁ ସ୍ଥିତି ଏବେ ବି ସଂଗୀନ ହିଁ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.