ଅଧିକ ଡିଓ ବ୍ଯବହାର କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ ହୋଇପାରେ ସ୍ତନ କ୍ଯାନସର !

ଗରମ ଦିନରେ ସମସ୍ତଙ୍କ ଠାରୁ ଝାଳ ବାହାରିଥାଏ। ଆଉ ଏହି ଝାଳ ଦୁର୍ଗନ୍ଧରୁ ବଞ୍ଚିବା ପାଇଁ ଡିଓ କିମ୍ବା ପରଫ୍ଯୁମକୁ ବ୍ଯବହାର କରାଯାଏ। ଅନେକ ଲୋକ ଶୀତଦିନରେ ମଧ୍ୟ ନ ଗାଧେଇ ଡିଓକୁ ବ୍ଯବହାର କରନ୍ତି। କିନ୍ତୁ ଏମିତି କଲେ ଆପଣ ଶରୀର ଉପରେ କୁପ୍ରଭାବ ପଡିପାରେ।

ଅଧିକ ଡିଓ ବା ପରଫ୍ଯୁମ ଲଗାଇବା ଦ୍ବାରା ଯେଉଁ କ୍ଷତି ହୁଏ, ତାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ଯ ହେବେ। ଡିଓ ଅଧିକ ବ୍ଯବହାର କରିବା ଦ୍ବାରା ଶରୀର ପାଇଁ ଅନେକ କ୍ଷତି ଆଣିଦିଏ। ଡିଓ ଲଗାଇବା ଦ୍ବାରା ଅଧିକ କ୍ଷତି ଆପଣଙ୍କ ଚର୍ମକୁ ପହଞ୍ଚିଥାଏ। ଡିଓରେ ଥିବା ପ୍ରୋପଲିନ ଗ୍ଲାଇକୋଲ ନାମକ କେମିକାଲ କାରଣରୁ ସ୍କିନ କୁଣ୍ଡାଇ ହୋଇଥାଏ। ଏହାଛଡା ଡିଓରେ ଥିବା ନ୍ଯୁରୋଟକ୍ସିନ କେମିକାଲ ଯୋଗୁଁ କିଡନୀ ଏବଂ ଲିଭର ଉପରେ କୁପ୍ରଭାବ ପଡିଥାଏ।

perfume-fb

ଶରୀରରେ ଭଲ ଏବଂ ଖରାପ ଉଭୟ ପ୍ରକାରର ବ୍ଯାକ୍ଟେରିଆ ରହିଥାନ୍ତି। ଡିଓକୁ ବ୍ଯବହାର କରିବା ଦ୍ବାରା ଭଲ ବ୍ଯାକ୍ଟେରିଆ ମରିଯାଆନ୍ତି। ଝାଳ ଜରିଆରେ ଶରୀରର ଖରାପ ତତ୍ତ୍ବ ବାହାରକୁ ଆସିଯାଏ କିନ୍ତୁ ଡିଓ ଲଗାଇବା ଦ୍ବାରା ଝାଳ ଗ୍ରନ୍ଥ ଦୁର୍ବଳ ହୋଇଯାଏ, ତେଣୁ ଶରୀରରେ ରୋଗ ଅଧିକ ହେବାର ଆଶଙ୍କା ବଢିଯାଏ।

ଅଧିକାଂଶ ଡିଓରେ ପରାବେନ ନାମକ କେମିକାଲ ରହିଥାଏ, ଯାହା ସ୍ତନ କ୍ଯାନସର ହେବାର ଆଶଙ୍କା ବଢାଇଥାଏ। ଏହି କେମିକାଲ ଅନେକ ବିୟୁଟି ପ୍ରଡକ୍ଟରେ ମଧ୍ୟ ରହିଛି। ଡିଓର ପ୍ରଭାବ ମଣିଷ ମସ୍ତିଷ୍କ ଉପରେ ମଧ୍ୟ ପଡିଥାଏ। ଏହାଦ୍ବାରା ଆଲଜାଇମର ହେବାର ବିପଦ ବଢିଯାଏ। ଆଲଜାଇମର ହେବା ଦ୍ବାରା ବ୍ଯକ୍ତିର ସ୍ମରଣଶକ୍ତି ଦୁର୍ବଳ ହୋଇଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.