Below header

ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀ ପଲ: ଟାଙ୍ଗୀ ଚୌଦ୍ୱାର ଅଞ୍ଚଳରେ କରୁଛନ୍ତି ଉପଦ୍ରବ, ନଷ୍ଟ କରୁଛନ୍ତି ଏକର ଏକର ଧାନ ଫସଲ

କଟକ: ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀ ପଲ । ଧାନ କ୍ଷେତରେ ପଶି ନଷ୍ଟ କରୁଛନ୍ତି ଏକର ଏକର ଧାନ ଫସଲ । କଟକ ବନଖଣ୍ଡ ଡାଳିଯୋଡ଼ା ବନାଞ୍ଚଳ ଟାଙ୍ଗୀ ଚୌଦ୍ୱାର ଅଞ୍ଚଳରେ ଦେଖିବାକୁ ମିଳୁଛି ଏଭଳି ଦୈନନ୍ଦିନ ଘଟଣା । ବନ ବିଭାଗ ପକ୍ଷରୁ ସେଭଳି କିଛି ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଉନଥିବା ବେଳେ ଚାଷୀ ନିଜେ ଉଜାଗର ରହି ନିଜ କ୍ଷେତକୁ ଜଗି ରହୁଛନ୍ତି ।

ରାତି ଦିନ କରି ନିଆଁ ହୁଳା, ବାଣ ଫୁଟାଇ ଜୀବନକୁ ବାଜି ଲଗାଇ ହାତୀ ଘଉଡ଼ାଉଛନ୍ତି । ଏମିତିକି ହାତୀ ଆକ୍ରମଣର ଶିକାର ହୋଇ ଜୀବନ ହାରୁଛନ୍ତି । ସେପଟେ ଚୌଦ୍ୱାର ଫରେଷ୍ଟର କହିଛନ୍ତି, ହାତୀ ଘଉଡ଼ାଇବାକୁ ଉଦ୍ୟମ ଚାଲିଛି । ୫ରୁ ୬ଟି ଦଳରେ ବିଭକ୍ତ ହୋଇ ହାତୀ ପଲ ଚୌଦ୍ୱାର ସହରରେ କ୍ଷୟକ୍ଷତି କରୁଥିବାରୁ ଘଉଡ଼ାଇବାକୁ ସମସ୍ୟା ଉପୁଜୁଛି । ଯେଉଁମାନଙ୍କ ଫସଲ ନଷ୍ଟ ହୋଇଛି ସେମାନେ ଫର୍ମ ପୂରଣ କରି ଜଣାଇଲେ ସରକାରୀ ନିୟମ ଅନୁଯାୟୀ ସହାୟତା ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.