ଛଟେଇ ପରେ ଧାରଣା: ବିଦ୍ୟୁତ ବିଭାଗର ୮ହଜାର କର୍ମଚାରୀ ଓ ୬ଶହରୁ ଅଧିକ ଇଞ୍ଜିନିୟର ସାମିଲ୍

ଭୁବନେଶ୍ବର : ଧାରଣାରେ ଛଟେଇ ହୋଇଥିବା ବିଦ୍ୟୁତ ବିଭାଗ ଠିକା କର୍ମଚାରୀ । ଓଡ଼ିଶା ପାୱାର ଡିଷ୍ଟ୍ରିବ୍ୟୁସନ କଂପାନୀ ସେସୁ ଅଧିନରେ ଥିବା ଏନଜେନ୍‌ ଓ ଫେଡକୋ ଭଳି ଫ୍ରାଞ୍ଚାଇଜ ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀ ଛଟେଇ ହେବା ପରେ ଧାରଣାରେ ବସିଛନ୍ତି। ପ୍ରାୟ ୮ହଜାର କର୍ମଚାରୀ ଓ ୬ଶହରୁ ଅଧିକ ଇଞ୍ଜିନିୟର ଏଥିରେ କାର୍ଯ୍ୟ କରିଆସୁଥିଲେ।

କିନ୍ତୁ ୨୦୨୦ ଜୁନରେ ସେସୁକୁ ଟାଟା ପାୱାର ଅଧିଗ୍ରହଣ କରିବା ପରେ ବର୍ତ୍ତମାନ ଏମାନେ ଜୀବିକା ହରାଇ ଭୋକ ଉପାସରେ ଦିନ ବିତାଉଥିବା କହିଛନ୍ତି। ଛଟେଇ ହୋଇଥିବା କର୍ମଚାରୀ ମାନେ ସମସ୍ୟା ସଂପର୍କରେ ସମସ୍ତ ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିବା ବେଳେ ମଧ୍ୟ ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି।

ଏପରିକି ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ କୌଣସି ପ୍ରତିଶ୍ରୁତି ମିଳିପାରିନାହିଁ। ଏହାର ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛଟେଇ କର୍ମଚାରୀମାନେ ପ୍ରତିବାଦ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.