Below header

ବାହୁଡା ଯାତ୍ରା ଦେଖି ଫେରୁଥିବା ବେଳେ ମହିଳାଙ୍କୁ ଦଳିଦେଲା ଦନ୍ତା

ସୋର(କେନ୍ୟୁଜ୍): ବାଲେଶ୍ଵର ଜିଲ୍ଲା ଖଇରା ବ୍ଳକ ବାଉଁଶଗଡିଆ ଗ୍ରାମର ସମା ହୋଙ୍କ ସ୍ତ୍ରୀ ଦ୍ରୌପଦୀଙ୍କୁ ହାତୀ ମାରିଦେଇଥିବାର ଜଣାପଡ଼ିଛି। ମୃତ ମହିଳା ଓସ୍ତପାଳରୁ ବାହୁଡା ରଥଯାତ୍ରା ଦେଖି ରାତିରେ ଘରକୁ ଫେରୁଥିଲେ । ଅନ୍ଧାର ଯୋଗୁଁ ହାତୀପଲରେ ପଶି ଯାଇଥିଲେ । ଯାହାଫଳରେ କି ଏକ ହାତୀ ତାଙ୍କୁ ଶୁଣ୍ଡରେ କଚାଡି ଦେଇ ଜଙ୍ଗଲକୁ ପଳେଇଥିଲା ।

ତାଙ୍କର ଚିତ୍କାର ଶୁଣି ଅନ୍ୟଲୋକ ମାନେ ମହିଳାଙ୍କୁ ଅଚେତଅବସ୍ଥାରେ ଘରକୁ ନେଇ ଯାଇଥିଲେ। ପରେ ମୃତ୍ୟୁ ଘଟିଛି।ଖଵରପାଇ ଵନଵିଭାଗ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଚଳାଇଛି । ମୃତା ମହିଳାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ବାଉଁଶଗଡ଼ିଆର ପୂର୍ବତନ ସରପଞ୍ଚ ଵିଷ୍ଣପଦ ଘଡେଇ ଓ ଯୁବ ନେତା ଦୈତାରି ପଣ୍ଡା ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.