Below header

କଳାହାଣ୍ଡି ଲାଞ୍ଜିଗଡ଼ରେ ପୁଣି ଗଜରାଜଙ୍କ ଉପଦ୍ରବ: ଘର ଓ ବୋରୱଲ ଭାଙ୍ଗିବା ସହ ଧାନ,ମାଣ୍ଡିଆ ନଷ୍ଟ କଲେ ଜଙ୍ଗଲୀ ହାତୀପଲ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବନବିଭାଗ ଅନ୍ତର୍ଗତ କୁଟିଙ୍ଗ ପଦର ଅଞ୍ଚଳରେ ଦେଖାଦେଇଛି ପୁଣି ଜଙ୍ଗଲୀ ହାତୀ ଉପଦ୍ରବ। ନିକଟସ୍ଥ ହାତୀଶାଳ ସଂରକ୍ଷିତ ଜଙ୍ଗଲରୁ ଦୁଇ ଗୋଟି ହାତୀ ଆସି କୁଟିଙ୍ଗ ପଦର ଗ୍ରାମର ଡଲାପଡ଼ାରେ ଥିବା ରବି ମାଝୀଙ୍କ ଘର ଭାଙ୍ଗିବା ସହ ବାଡ଼ିରେ ଥିବା କଦଳୀ ଗଛ ଭାଙ୍ଗି ନଷ୍ଟ କରି ଦେଇଛନ୍ତି ।

ଏହାସହ ତାଙ୍କ ଘର ନିକଟରେ ଥିବା ଧାନ ଖଳାରୁ ଗଦା ଯାଇଥିବା ଧାନକୁ ଖାଇବା ସହ ବ୍ୟାପକ ମାଣ୍ଡିଆ ଫସଲ ନଷ୍ଟ କରି ଶେଷରେ ଘର ପଛପଟେ ଥିବା ବୋରେୱଲକୁ ଦଳି ଚକଟି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି । ଏପରି କି ଗାଁକୁ ଆସି ଥିବା ବିଦ୍ୟୁତ ତାର ମଧ୍ୟ ଛିଣ୍ଡାଇ ଦେଇଛନ୍ତି ଏହି ଦୁଇ ଜଙ୍ଗଲୀ ହାତୀ । ଏନେଇ ବନ ବିଭାଗ ପଖରେ ଅଭିଯୋଗ ପରେ ମଧ୍ୟ ବନ ବିଭାଗ ଘଟଣାସ୍ଥଳକୁ ପହଁଚି ନଥିବା ବେଳେ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.