ଚିନ୍ତା ବଢ଼ାଉଛି କରୋନାର ନୂଆ ରୂପ: ବ୍ରିଟେନ ଫେରନ୍ତା ୨୦ ବ୍ୟକ୍ତି କୋଭିଡ୍ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ବ୍ରିଟେନରେ ଆତଙ୍କ ସୃଷ୍ଟି କରିଛି କରୋନାର ନୂଆ ଷ୍ଟ୍ରେନ୍‌ । ପୂର୍ବାପେକ୍ଷା ଏହା ଅଧିକ ମାରାତ୍ମକ ଓ ଦ୍ରୁତଗତିରେ ସଂକ୍ରମଣ କରୁଛି ବୋଲି କୁହାଯାଉଛି । ବ୍ରିଟେନରୁ ଫେରନ୍ତାଙ୍କ ମଧ୍ୟରେ ୨୦ ଜଣ ପଜିଟିଭ ବାହାରିଛନ୍ତି । ରବିବାର ଓ ସୋମବାର ସେମାନେ ବ୍ରିଟେନରୁ ଆସି ଭାରତରେ ପହଁଚିଥିଲେ ।

covidଦିଲ୍ଲୀ, ଚେନ୍ନାଇ ଓ କୋଲକାତା ଏୟାରପୋର୍ଟରୁ ଏମାନଙ୍କୁ ଚିହ୍ନଟ କରାଯାଇଛି । ତେବେ ପଜିଟିଭ ଚିହ୍ନଟ ହୋଇଥିବା ଯାତ୍ରୀ ମାନେ କରୋନାର ନୂଆ ଷ୍ଟ୍ରେନ ନା ପୁରୁଣା ଷ୍ଟ୍ରେନ ଦ୍ୱାରା ସଂକ୍ରମିତ ହୋଇଛନ୍ତି, ତାହା ଜଣାପଡ଼ିନାହିଁ । ଆକ୍ରାନ୍ତ ନୂଆ ଷ୍ଟ୍ରେନ ନା ପୂରା ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି, ତା’ର ପରୀକ୍ଷା କରାଯାଉଛି । ସମସ୍ତଙ୍କ ନମୁନାକୁ ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲକୁ ଗବେଷଣା ପାଇଁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.