ଗଜପତି ଜିଲ୍ଲାର ଗୋଷାଣୀ ବ୍ଳକ୍‌ର ବିଭିନ୍ନ ଗାଁରେ ଆନ୍ଧ୍ରପ୍ରଦେଶରୁ ଆସିଥିବା ୬ଟି ଜଙ୍ଗଲି ହାତୀଙ୍କ ଉପଦ୍ରବ, ଭୟବୀତ ଗ୍ରାମବାସୀ

ଗଜପତି: ଗଜପତି ଜିଲ୍ଲାର ଗୋଷାଣୀ ବ୍ଳକ୍‌ର ବିଭିନ୍ନ ଗାଁରେ ହାତୀ ଉପଦ୍ରବ । ଗତ କିଛି ଦିନ ହେବ ଆନ୍ଧ୍ରପ୍ରଦେଶରୁ ୬ଟି ଜଙ୍ଗଲି ହାତୀ ପଲ ଶରଦାପୁର ଅଗରଖଣ୍ଡି, ଗଜପତି ନଗର ଗାଁରେ ବିଚରଣ କରିବା ସହ ଧାନ ଖଳାରୁ ଧାନ ଖାଇ ନଷ୍ଟ କରୁଛନ୍ତି । ଏପରିକି ପନିପରିବା, ମକା, ଆଖୁ ଫସଲ ମଧ୍ୟ ହାତୀ ପଲ ନଷ୍ଟ କରୁଛନ୍ତି । ଗଞ୍ଜାମ ସାମୁଟିଆପଲ୍ଲୀ ରେଞ୍ଜରୁ ଗତ ୨ ବର୍ଷ ପୂର୍ବରୁ ହାତୀ ପଲ ଚାଲିଆସି ଗଜପତି ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମକୁରେ ବ୍ୟାପକ କ୍ଷୟକ୍ଷତୀ ଘଟାଉଛନ୍ତି । ହାତୀଙ୍କୁ ନେଇ ଲୋକେ ଭୟବୀତ ଅବସ୍ଥାରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.