Below header

ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ଲାଗି ସଂସ୍କାରସେବା ପଦକ ପାଇବେ ବିଭିନ୍ନ ରାଜ୍ୟର ଜେଲ ଅଧିକାରୀ, ଓଡିଶାରୁ ୬ ଜଣଙ୍କ ନାମ ଘୋଷଣା

ଭୁବନେଶ୍ବର:ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ଲାଗି ଜେଲ ଅଧିକାରୀଙ୍କୁ ସଂସ୍କାରସେବା ପଦକ ପ୍ରଦାନ କରାଯିବ । ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଓଡିଶାରୁ ୬ ଜଣଙ୍କ ସମେତ ବିଭିନ୍ନ ରାଜ୍ୟରୁ ୩୫ ଜଣ ଜେଲ ଅଧିକାରୀଙ୍କ ନାମ ଘୋଷଣା କରାଯାଇଛି । ଓଡ଼ିଶାର ୩ ଜଣ ଜେଲ ଅଧିକାରୀଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ । ଏମାନେ ହେଲେ ସମ୍ବଲପୁର ଜିଲ୍ଲାର ପ୍ରୋବେସନ ଅଫିସର ନିରଞ୍ଜନ ସାହୁ, ଜୟପୁର ସବଜେଲର ଜେଲର ଲଲାଟେନ୍ଦୁ ଭୂଷଣ ଦାସ ଏବଂ ସମ୍ବଲପୁର ନାରୀ ବନ୍ଦୀ ନିକେତନର ଅତିରିକ୍ତ ମାଟ୍ରନ ସୌଭାଗିନୀ ସିଂ । ସେହିପରି ଉଲ୍ଲଖନୀୟ ସେବା ପାଇଁ ଅନୁଗୁଳର ନିରିକ୍ଷକ ଏବଂ ସ୍ୱତନ୍ତ୍ର ଗୃହର ଅଧିକ୍ଷକ ଅମିର କୁମାର ନାଥଶର୍ମା, ଗୁଣପୁର ସବଜେଲର ଜେଲର ଧୀରେନ୍ଦ୍ର ନାଥ ବାରିକ ଏବଂ କଟକ ସର୍କଲ ଜେଲର ବନ୍ଦୀ କଲ୍ୟାଣ ଅଧିକାରୀ ରାମକୃଷ୍ଣ ଦାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.