ଖୁବଶୀଘ୍ର ଆଇକନିକ ସାଇଟ ତାଲିକାରେ ଯୋଡିହେବ କୋଣାର୍କ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କହିଲେ, ଖୁବଶୀଘ୍ର ହେବ ଘୋଷଣା

ପୁରୀ: ଖୁବଶୀଘ୍ର ଆଇକନିକ ସାଇଟ ତାଲିକାରେ ଯୋଡିହେବ କୋଣାର୍କ । କେନ୍ଦ୍ର ସରକାର ଖୁବଶୀଘ୍ର ଘୋଷଣା କରିବେ ବୋଲି କହିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ । ଏହାସହ ଗୁଜରାଟ ଓ ଓଡ଼ିଶା ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ପର୍ଯ୍ୟଟନ ଶିଳ୍ପର ପ୍ରଚାର ପ୍ରସାର ପାଇଁ ଉଭୟ ରାଜ୍ୟ ଏକାଠି କାମ କରିବେ । ଉଭୟ ସଚିବଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ପୁରୀ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟରେ ଚାଲିଥିବା ଦୁଇ ଦିନିଆ ନ୍ୟାସନାଲ ଟୁରିଜିମ କନଫେରନ୍ସ ଉଦଯାପିତ ହୋଇଛି ।

ministerଦେଶର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ଵୟ ରଖିବା ଏହାର ମୂଳ ଲକ୍ଷ୍ୟ ଥିଲା । ଫିକି ସହଯୋଗରେ ଆୟୋଜିତ କନଫରେନ୍ସରେ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସଂସ୍କୃତି ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରତି ବ୍ୟକ୍ତି ୨୦୨୨ ସୁଦ୍ଧା ରାଜ୍ୟ ବାହାରକୁ ୧୫ଟି ସ୍ଥାନ ବୁଲିଯିବାକୁ ଦେଇଥିବା ଆହ୍ଵାନକୁ ନେଇ ଆଲୋଚନା ହୋଇଥିଲା । ଏଭଳି କନଫେରନ୍ସ ରାଜ୍ୟ ପର୍ଯ୍ୟଟନ ଶିଳ୍ପ ଅଭିବୃଦ୍ଧି ପାଇଁ ଏକ ସୁଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ । ଏଥିରେ ଗୁଜରାଟ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଫିକି ପୂର୍ବାଞ୍ଚଳ ଅଧ୍ୟକ୍ଷ ସୌଭାଗ୍ୟ ମହାପାତ୍ର ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.