Below header

ତୁର୍କୀରେ ବଡ଼ ଧରଣର ଭୂମିକମ୍ପ, ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଶହରୁ ଅଧିକ ଆହତ

ତୁର୍କୀ: ତୁର୍କୀରେ ବଡ଼ ଧରଣର ଭୂମିକମ୍ପ । ଏଥିରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଶହରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୮ ରେକର୍ଡ କରାଯାଇଛି । ଭୂମିକମ୍ପରେ ଅନେକ ବଡ଼ ବଡ଼ କୋଠା ମାଟିରେ ମିଶି ଯାଇଛି । ମାଟି ତଳେ କିଛି ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପାଖାପାଖି ୧୫ ଥର ଭୂମିକମ୍ପର ଝଟ୍‌କା ଦେଖିବାକୁ ମିଳିଥିଲା । ଏହା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଭୂମିକମ୍ପର ଝଟ୍‌କା ଇରାକ୍ ଓ ସିରିଆରେ ମଧ୍ୟ ଅନୁଭୂତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.