ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅଘଟଣ, ନିର୍ମାଣାଧୀନ କୋଠା ଭୁଶୁଡ଼ି ଜଣେ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅଘଟଣ । ନିର୍ମାଣାଧୀନ କୋଠା ଭୁଶୁଡ଼ି ଜଣେ ମୃତ । ଗତକାଲି ବିଳମ୍ବିତ ରାତିରେ ଏକ କୋଠାର ଛାତ ଭୁଶୁଡ଼ି ପଡ଼ିଥିଲା । ଟର୍ମିନାଲ-୧ ଓ ଟର୍ମିନାଲ-୨କୁ ସଂଯୋଗକାରୀ ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିଥିଲା । ପ୍ରାୟ ୨୫ଜଣ ଶ୍ରମିକ ଢଳେଇ କାର୍ଯ୍ୟ କରୁଥିବା ବେଳେ ଏହା ହଠାତ ଭୁଶୁଡ଼ିଥିଲା । ଏହାକୁ ନେଇ ସଙ୍ଗେସଙ୍ଗେ ହଇଚଇ ସୃଷ୍ଟି ହୋଇଥିଲା। ଏଥିରେ ଚାପି ହୋଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି ।

collapsଉଦ୍ଧାର କାର୍ଯ୍ୟରେ ବିମାନବନ୍ଦରର ସିଆଇଏସଏଫ, ଓଡ୍ରାଫ, ଏନଡିଆରଏଫ, ସିଆରପିଏଫ, କମିସନରେଟ ପୋଲିସ ଓ ଅଗ୍ନିଶମ ବାହିନୀ ମୁତୟନ ହୋଇଥିଲେ । ଏସଆରସି ପ୍ରଦୀପ ଜେନା, ବିଧାୟକ ଅନନ୍ତ ଜେନାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ରହି ଉଦ୍ଧାର ଓ ସୁରକ୍ଷା କାର୍ଯ୍ୟର ତଦାରଖ କରିଥିଲେ । ପ୍ରାୟ ୪ ଘଣ୍ଟାର ରେସ୍‌କ୍ୟୁ ଅପରେସନ ପରେ ଉଦ୍ଧାର କାର୍ଯ୍ୟ ସ୍ୱାଭାବିକ ହୋଇଥିଲା । ତେବେ ବିମାନବନ୍ଦରରୁ ବିମାନ ଚଳାଚଳ ସ୍ୱାଭାବିକ ରହିଛି । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା।

Leave A Reply

Your email address will not be published.