ଗାଁ ଦାଣ୍ଡରେ ବୁଲୁଛି ହାତୀ, ଅତିଷ୍ଠ ହେଲେଣି ଗ୍ରାମବାସୀ

ସୁନ୍ଦରଗଡ ଜିଲ୍ଲା ବଣାଇର ଡିଡିପାଲି, ତଳିତା, ସାନଗୋଗୁଆ, କେଲ, କଂସର ଅଞ୍ଚଳରେ ଦନ୍ତା ଆତଙ୍କ । ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୮ ଦିନ ହେବ ଲୋକଙ୍କ ନିଦ ହଜାଇ ଦେଇଛନ୍ତି ଦୁଇଟି ଦନ୍ତା ।

ବଣାଇ(କେନ୍ୟୁଜ୍): ଗାଁ ଦାଣ୍ଡରେ ବୁଲୁଛି ହାତୀ । ଅତିଷ୍ଠ ଗ୍ରାମବାସୀ । ସୁନ୍ଦରଗଡ ଜିଲ୍ଲା ବଣାଇର ଡିଡିପାଲି, ତଳିତା, ସାନଗୋଗୁଆ, କେଲ, କଂସର ଅଞ୍ଚଳରେ ଦନ୍ତା ଆତଙ୍କ। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୮ ଦିନ ହେବ ଲୋକଙ୍କ ନିଦ ହଜାଇ ଦେଇଛନ୍ତି ଦୁଇଟି ଦନ୍ତା ।

କେତେବେଳେ ଚାଷୀଙ୍କ ଚାଷ ନଷ୍ଟ କରୁଛି ତ ଆଉ କେତେବଳେ ଗାଁ ଦାଣ୍ଡରେ ବୁଲି ଘର ଭାଙ୍ଗୁଛି । ହାତୀଜ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ହାତୀଙ୍କୁ ଜଙ୍ଗଲକୁ ଘଉଡାଇବାକୁ ଉଦ୍ୟମ ଚଳାଇଛି ବନ ବିଭାଗ । ହାତୀଙ୍କ ଉତ୍ପାତ ଯୋଗୁ ଗ୍ରାମବାସୀ ଶୋଇ ପାରୁ ନାହାନ୍ତି । ଏଣୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ହାତୀଙ୍କୁ ଘଉଡାଇବାକୁ ଦାବି ହୋଇଛି ।

Leave A Reply

Your email address will not be published.