Below header

ପୁରୀ: ଏମାର ମଠ ଗାଦି ଉପରେ ବସି ରହିଛନ୍ତି ମହନ୍ତ, କରୁଛନ୍ତି ରହସ୍ୟମୟ ଆଚରଣ

ମାଟିରେ ମିଶୁଛି ପୁରୀର ସର୍ବପୁରାତନ ଐତିହ୍ୟ ସମ୍ପନ୍ନ ଏମାର ମଠ । ଆଜି ଦ୍ୱିତୀୟ ଦିନରେ ମଠ ଭଙ୍ଗା କାର୍ଯ୍ୟ ଚାଲିଛି । ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ପଛପଟର ଖମାର ଘର ଓ ଭଣ୍ଡାର ଘର ଭଙ୍ଗା ଯାଉଛି । ପୁରା ମଠକୁ ନିଜ ହେପାଜତକୁ ନେଇଛି ପୋଲିସ ପ୍ରଶସାନ । ମଠ ଭିତରକୁ କାହାରିକୁ ପ୍ରବେଶ କରିବାକୁ ଦିଆଯାଉନାହିଁ। ବାହାରେ ଏମାର ମଠ ଭଙ୍ଗା ଯାଉଥିବା ବେଳେ ଭିତରେ ରହିଛନ୍ତି ମଠ ମହନ୍ତ। ମହନ୍ତ ମଠ ଛାଡିବାକୁ ନାରାଜ। ତାଙ୍କ ପାଇଁ ଅସ୍ଥାୟୀ ଘରର ବ୍ୟବସ୍ଥା କରାଯାଇଛି । ହେଲେ ସେ ବର୍ତ୍ତମାନ ସୁଦ୍ଧା ନିଜ କୋଠାରୀରୁ ଆସୁନାହାନ୍ତି । ମଠ ସୁରକ୍ଷିତ ଥିବା ଦର୍ଶାଇ ସେ ବାହାରକୁ ବାହାରୁନାହାନ୍ତି । ଅସ୍ଥାୟୀ ଘରେ ପୂଜାର୍ଚ୍ଚନା କରିବା ପାଇଁ ମହନ୍ତଙ୍କୁ ବୁଝାସୁଝା କରାଯାଉଛି। କାହିଁକି ମହନ୍ତ ମଠ ଛାଡୁନାହାନ୍ତି, ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ମହନ୍ତଙ୍କୁ ବାହାରକୁ ଆଣିବା ପାଇଁ ପୋଲିସ ପକ୍ଷରୁ ବଳ ପ୍ରୟୋଗ କରାଯିବ କି? ଜୋର ଜବରଦସ୍ତ ମହନ୍ତଙ୍କୁ ବାହାରକୁ ଆଣିବ କି ପୋଲିସ ? ଶହ ଶହ ବର୍ଷର ଏହି ମଠକୁ ଅତୀତରେ ବିପୁଳ ଖାଦ୍ୟଶସ୍ୟ ଆସୁଥିବାରୁ ମଠରେ ଖମାର ରହିଥିବା ପୁରୁଖା ଲୋକେ କହିଛନ୍ତି । ଉଛେଦ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ମୁତୟନ ହୋଇଛନ୍ତି ୩୦ ପ୍ଲାଟୁନ୍‌ ପୋଲିସ ଫୋର୍ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.