୮ ଥର ଛୁରୀ ଭୁସିବା ପରେ ବି ମନ ବୁଝିଲାନି, ଜାଣନ୍ତୁ କେମିତି କଲେ ହତ୍ୟା

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିର ମୃତ୍ୟୁ ପରେ ବି ତାକୁ ଆଉ ଥରେ ଗୁଳି କରାଯାଇଛି। ଏଭଳି ଲୋମହର୍ଷଣକାରୀ ଘଟଣା ଦେଖିବା ମିଳିଛି ରାଜଧାନୀ ଦିଲ୍ଲୀରେ। ଦିଲ୍ଲୀର ଜେଜେ କ୍ୟାମ୍ପ ତିଗଡ଼ିର ଜଣେ ବ୍ୟକ୍ତିଙ୍କୁ ଏକ ମାମୁଲି କାରଣ ପାଇଁ ନିଜ ଜୀବନ ହରାଇବାକୁ ପଡ଼ିଛି। ଏକ ସାମାନ୍ୟ ବଚସାକୁ କେନ୍ଦ୍ର କରି ଚାରି-ପାଞ୍ଚ ଜଣ ମିଶି ଜଣଙ୍କୁ ଛୁରି ଭୁସିବା ପରେ ଗୁଳି କରି ହତ୍ୟା କରିଛନ୍ତି। ଖବରପାଇ ଦକ୍ଷିଣ ଦିଲ୍ଲୀର ତିଗଡ଼ି ପୁଲିସ ଘଟଣାର ତଦନ୍ତ ଚଳାଇଛି।

ଏହାସହ ପଢ଼ନ୍ତୁ: ନିଜ ଭୁଲ୍‌ ମାନିଲା ଜୋମାଟୋ, କହିଲା ଏମିତି କଥା

ଅତିରିକ୍ତ ଡିସିପି ପରମିନ୍ଦର ସିଂହଙ୍କ ସୂଚନାନୁଯାୟୀ, ମୃତକ ଜଣକ ଜେଜେ କ୍ୟାମ୍ପ ଅଞ୍ଚଳର ୨୪ ବର୍ଷୀୟ ରୋହିତ ବୋଲି ଜଣାଯାଇଛି। ବୁଧବାର ରାତି ୧୦.୩୦ଟାରୁ ୧୧ ଭିତରେ ଏହି ଘଟଣା ଘଟିଛି। ରାତି ୧୧.୧ଠରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ରୋହିତକୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷିତ କରିଥିଲେ। ଏଥିସହ ଡାକ୍ତର ରୋହିତଙ୍କୁ କିପରି ଅତି ନୃଶଂସ ଭାବେ ହତ୍ୟା କରାଯାଇଛି ସେ ନେଇ ମଧ୍ୟ ସୂଚନା ଦେଇଥିଲେ।
ସୂଚନାନୁଯାୟୀ, ରୋହିତ ରାତିରେ ଫେରିବା ବେଳେ ମୁଖ୍ୟ ଅଭିଯୁକ୍ତ ଆକାଶ ଘର ଦେଇ ଆସୁଥିଲା। ଏହା ଦେଖି ଆକାଶ ଅନ୍ୟ ସହଯୋଗୀଙ୍କୁ ଡାକି ରୋହିତକୁ ପ୍ରଥମେ ଛୁରୀରେ ଆକ୍ରମଣ କରିଥିଲେ। ପ୍ରାୟ ଆଠ ଥର ଛୁରୀରେ ବେକ, ଛାତି, ପେଟର ବିଭିନ୍ନ ସ୍ଥାନକୁ ଆକ୍ରମଣ କରିବା ପରେ ରୋହିତ ତଳେ ପଡ଼ିଯାଇଥିଲା। ତଥାପି ହତ୍ୟାକାରୀଙ୍କ ମନ ନ ବୁଝିବାରୁ ସେ ପୁଣି ଥରେ ରୋହିତ ଉପରକୁ ଦୁଇ ଥର ଗୁଳିଚାଳନା କରିଥିଲେ। ଫଳରେ ଘଟଣାସ୍ଥଳରେ ରୋହିତଙ୍କ ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.