ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ପୁଣି ଏନ୍କାଉଣ୍ଟର, ୨ ମାଓବାଦୀ ନିହତ
କେନ୍ୟୁଜ୍: ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ପୁଣି ଏନ୍କାଉଣ୍ଟର । ୨ ମାଓବାଦୀ ନିହତ । ଗତକାଲି ସଂନ୍ଧ୍ୟରେ ବିଶାଖାପାଟଣା ମାଡିଗାମାଲୁ ଜଙ୍ଗଲରେ ଏନ୍କାଉଣ୍ଟର ହୋଇଛି । ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କ କାର୍ଯ୍ୟାନୁଷ୍ଠାନରେ ଦୁଇ ମାଓବାଦୀ ସଫା ହୋଇଛନ୍ତି । ଆଉ କିଛି ମାଓବାଦୀ ଲୁଚିରହିଥିବାରୁ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଜୋରଦାର କରାଯାଇଛି । ଘଟଣସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଘଟଣା ପରେ ମାଲକାନଗିରି ପୋଲିସ ଓଡ଼ିଶା ସୀମାକୁ ସିଲ୍ କରିଛି ।