Below header

କେନ୍ଦୁଝର ବାରବାଙ୍କ ଘାଟି ରାସ୍ତାରେ ଅଘଟଣ, ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା ଟ୍ରକ୍

କେନ୍ଦୁଝର(କେନ୍ୟୁଜ୍): ଚଳନ୍ତା ଟ୍ରକରେ ନିଆଁ। ଜାତୀୟ ରାଜପଥ ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ। ୫୨୦ ନମ୍ବର ଜାତୀୟ ରାଜପଥରେ ଏକ ଚଳନ୍ତା ହାଇୱା ଟ୍ରକରେ ନିଆଁ ଲାଗିଯାଇଥିଲା। ଫଳରେ ଗାଡିର ସାମ୍ନାପଟ ସଂପୂର୍ଣ୍ଣ ଜଳିଯାଇଛି। କେନ୍ଦୁଝର ରୁଗୁଡି ଥାନା ବାରବାଙ୍କ ଘାଟି ରାସ୍ତାରେ ଏହି ଅଘଟଣ ଘଟିଛି। ଟ୍ରକଟି ରୁଗୁଡିରୁ ଭଦ୍ରାସାହି ଆଡକୁ ଆସୁଥିବାବେଳେ ହତାଟ୍‌ ନିଆଁ ଲାଗି ଯାଇଥିଲା। ଗାଡିରେ ନିଆଁ ଲାଗିବା ଜାଣି ଡ୍ରାଇଭର ତୁରନ୍ତ ତଳକୁ ଡେଇଁ ପଡିଥିଲେ। ଫଳରେ ସେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.