ସମଗ୍ର ଦେଶରେ ପିଆଜ ଦର ବୃଦ୍ଧି, ମୁମ୍ବାଇ ଓ ଦିଲ୍ଲୀରେ କିଲୋ ପିଛା ୮୦ ଟଙ୍କା

ଦିଲ୍ଲୀ(କେନ୍ୟୁଜ୍) : ଡରାଉଛି ପିଆଜ ଦର । ସମଗ୍ର ଦେଶରେ ପିଆଜ ଦର ବୃଦ୍ଧି ପାଇଛି । ଦେଶର ବହୁ ସ୍ଥାନରେ ପିଆଜ କିଲୋ ପ୍ରତି ୫୦ ଟଙ୍କାରୁ ଅଧିକ ହୋଇଛି । ହେଲେ ଆଜି ମୁମ୍ବାଇ ଓ ଦିଲ୍ଲୀରେ ପିଆଜ ଦର ୮୦ ଟଙ୍କା ରହିଛି । ଯାହାକି କିଛି ଦିନ ତଳେ ୩୦ରୁ ୪୦ଟଙ୍କା ମଧ୍ୟରେ ରହିଥିଲା । ହୁ ହୁ ହୋଇ ବଢିଚାଲିଥିବା ଦରକୁ ନେଇ ଚିନ୍ତାରେ ଗ୍ରାହକ । ଯାହାକି ଗ୍ରାହକଙ୍କ ପକେଟକୁ ବେଶ୍‌ ବାଧୁଛି । ବିଗତ ୪ବର୍ଷ ମଧ୍ୟରେ ଏହି ଦର ସବୁଠୁ ଅଧିକ । ସେପଟେ ଲୋକମାନଙ୍କୁ ଆଶ୍ୱସ୍ତି ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ପ୍ରସ୍ତୁତିରେ ଲାଗିଛନ୍ତି । ୮୦ଟଙ୍କା ବଦଳରେ ପିଆଜ କିଲୋ ୨୪ଟଙ୍କାରେ ଦେବା ପାଇଁ ଚିନ୍ତା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.