Below header

ଏବେ ଆପଣ ଫେସବୁକରେ ମଧ୍ୟ ସେୟାର କରିପାରିବେ ହ୍ଵାଟସଅପ୍‌ ଷ୍ଟାଟସ୍‌, ଏଇଠି ରହିଛି ପୂରା ତରିକା

ବହୁପୁରାତନ ମ୍ୟାସେଜିଂ ଆପ୍‌ ହ୍ଵାଟସଅପ୍‌ ନିଜ ଗ୍ରାହକଙ୍କ ପାଇଁ ଷ୍ଟାଟସ୍‌ ଫିଚରକୁ ଅପଡେଟ କରିଛି। ଏବେ ୟୁଜର ନୂଆ ଫିଚର ଜରିଆରେ ସିଧା ହ୍ଵାଟସଅପ୍‌ ଷ୍ଟାଟସକୁ ଫେସବୁକରେ ଦେଇପାରିବେ। ଲମ୍ବା ସମୟ ଧରି ହ୍ଵାଟସଅପ୍‌ ଏହାର ଟେଷ୍ଟିଂ କରୁଥିଲା। ୟୁଜର୍ସ ଫେସବୁକ ଷ୍ଟୋରୀ ଭଳି ହ୍ଵାଟସଅପ୍‌ ଷ୍ଟାଟସକୁ ସେୟାର କରିପାରିବେ ଏବଂ ଏହି ଷ୍ଟାଟସ ୨୪ ଘଣ୍ଟା ପର୍ଯ୍ୟନ୍ତ ରହିପାରିବ। ଏହି ହ୍ଵାଟସଅପ୍‌ ଷ୍ଟାଟସକୁ ବହୁ ବାର ସେୟାର କରିପାରିବେ। ତେବେ ଆସନ୍ତୁ ଜାଣିବା ହ୍ଵାଟସଅପ୍‌ ଷ୍ଟାଟସକୁ କେମିତି ଫେସବୁକରେ କରିବେ ସେୟାର।

ଏପରି କରନ୍ତୁ Whatsapp Statusକୁ ସେୟାର

-ସର୍ବପ୍ରଥମେ ଆପଣ ଆପଣଙ୍କର ହ୍ଵାଟସଅପକୁ ଓପନ କରନ୍ତୁ।

-ଏବେ ଷ୍ଟାଟସ ଉପରେ କ୍ଲିକ କରନ୍ତୁ।

-ଏହାପରେ ଷ୍ଟାଟସ୍‌ ଅପଡେଟକୁ କ୍ରିଏଟ କରିବାକୁ ହେବ।

-ଆପଣଙ୍କର ଷ୍ଟାଟସ ନୂଆ ନା ପୁରୁଣା, ଏହା ଅନୁସାରେ ଆପଣଙ୍କୁ ଦୁଇଟି ବିକଳ୍ପ ମିଳିବ।

whatsapppଯଦି ନୂଆ ତେବେ ଏମିିତି କରିବେ ସେୟାର

-ଯଦି ଆପଣଙ୍କର ଷ୍ଟାଟସ ନୂଆ ତେବେ ମାଇ ଷ୍ଟାଟସକୁ ଯାଇ ସେୟାର-ଟୁ-ଫେସବୁୂକ ଉପରେ କ୍ଲିକ କରନ୍ତୁ।

-Allow ଉପରେ କ୍ଲିକ କରିବା ପରେ ଫେସବୁକର ଆପ୍‌ ଓପନ ହୋଇଯିବ।

-ଏବେ ଫେସବୁକରେ ଯାହା ସହିତ ଆପଣ ଷ୍ଟାଟସ ସେୟାର କରିବାକୁ ଚାହୁଁଛନ୍ତି ତେବେ ତାହାକୁ ଚୟନ କରନ୍ତୁ ଏବଂ Share Now ଉପରେ କ୍ଲିକ୍‌ କରନ୍ତୁ।

ଏହାସହ ପଢନ୍ତୁ : ଫୋନର ବ୍ୟାଟେରୀ ଜଲଦି ହେବ ନାହିଁ ଶେଷ, କେବଳ ଆପଣେଇବାକୁ ହେବ ଏହି ସହଜ ଟିପ୍ସ

ଯଦି ଆପଣଙ୍କର ଷ୍ଟାଟସ ପୁରୁଣା ତେବେ ଏମିତି କରନ୍ତୁ ସେୟାର

status-ପୁରୁଣା ଷ୍ଟଟେସ ସେୟାର କରିବା ପାଇଁ ଆପଣଙ୍କୁ ମାଇଁ ଷ୍ଟାଟସରେ ମୋର ଅପସନ ଉପରେ କ୍ଲିକ୍‌ କରିବାକୁ ହେବ।

-ଏଥିରେ ଆପଣଙ୍କୁ ତିନିଟି ଡଟ୍‌ ଦେଖାଯାଉଥି ସେଥିରେ ଆପଣ ସେୟାର-ଟୁ-ଫେସବୁକ ଉପରେ କ୍ଲିକ କରନ୍ତୁ।

-ଏହା କରିବା ପରେ ଫେସବୁକ୍‌ ଆପ୍‌ ଓପନ ହୋଇଯିବ।

-ଏବେ ଏଥିରେ ଆପଣ ଯେଉଁମାନଙ୍କ ସହିତ ଷ୍ଟାଟସ ସେୟାର କରିବାକୁ ଚାହୁଁଛନ୍ତି ତାଙ୍କୁ ସିଲେକ୍ଟ କରନ୍ତୁ।

ନିଶ୍ଚିତ ପଢନ୍ତୁ : ୟୁଟ୍ୟୁବରେ ଦେଖିବା ବେଳେ ଅଟକି ଯାଉଛି କି ଭିଡିଓ, ଯଦି ସ୍ଲୋ ଚାଲୁଛି ତେବେ ଏହି ଟ୍ରିକ୍‌ ଆପଣଙ୍କୁ ନିଶ୍ଚୟ କରିବ…

-ଏତିକି କରିବାଂ ପରେ ସେୟାର ନାଓ ଉପରେ କ୍ଲିକ କରନ୍ତୁ ଏବଂ ଏହାପରେ ଆପଣଙ୍କର ଷ୍ଟାଟସ୍‌ ସେୟାର ହୋଇଯିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆପଣଙ୍କ ହ୍ଵାଟସଅପ୍‌ ଷ୍ଟାଟସ୍‌ ଡିଲିଟ୍‌ ହୋଇଗଲେ ମଧ୍ୟ ଏହି ଷ୍ଟୋରୀ ଆପଣଙ୍କ ଫେସବୁକରେ ରହିବ। ସେହିଭଳି ଫେସବୁକ୍‌ ୟୁଜର୍ସଙ୍କୁ ଆପଣଙ୍କ ହ୍ଵାଟସଅପ୍‌ ଷ୍ଟାଟସ୍‌ ସ୍କ୍ରିନସଟ୍‌ ଭଳି ଦେଖାଯିବ। ଯଦି ଆପଣ ଲିଙ୍କ୍‌ ବିଶିଷ୍ଟ ହ୍ଵାଟସଅପ୍‌ ଷ୍ଟାଟସକୁ ଫେସବୁକରେ ସେୟାର କରିପାରିବେ ତେବେ ତାହା ବିଲକୁଲ ବି ଦେଖାଯିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.