ଏପରି ଏକ କମ୍ପାନୀ, ଯେଉଁଠି ନିଜେ କର୍ମଚାରୀ ଚୟନ କରନ୍ତି ନିଜର ବେତନ, ଇଚ୍ଛା ଅନୁଯାୟୀ ବୃଦ୍ଧି କରନ୍ତି ଦରମା
କୌଣସି କମ୍ପାନୀ ନିଜ କର୍ମଚାରୀକୁ ଚାକିରିରେ ରଖିବା ବେଳେ କମ୍ପାନୀ ତା’ ନିଜ ହିସାବରେ ଦରମା ପ୍ରଦାନ କରିବା ନିଷ୍ପତ୍ତି ନେଇଥାଏ। ଏହାଛଡା ଦରମା ବୃଦ୍ଧି କରିବା ମଧ୍ୟ ନିଜ ହିସାବରେ କରିଥାଏ। କିନ୍ତୁ ଆପଣ ଏହି କମ୍ପାନୀ ବିଷୟରେ ଜାଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ଯେଉଁଠି କର୍ମଚାରୀ ନିଜ ଦରମା ବିଷୟରେ ନିଷ୍ପତ୍ତି ନେଇଥାନ୍ତି। ଆପଣ ଏକଥା ଶୁଣି ମନେ ମନେ ଖୁସି ହେଉଥିବେ ନିଶ୍ଚିତ। ବର୍ଷ ବର୍ଷ ଧରି ଅନ୍ୟ କେଉଁ କମ୍ପାନୀରେ ଚାକିରି କରି ମଧ୍ୟ ମାଲିକ ଦରମା ବୃଦ୍ଧି କରିବା ବିଷୟରେ କେବେ ଚିନ୍ତା ବି କରିନଥାନ୍ତି।
ଏପରି ଏକ କମ୍ପାନୀ ଲଣ୍ଡନରେ ରହିଛି, ଯେଉଁଠାରେ କାମ କରୁଥିବା କର୍ମଚାରୀ ନିଜେ ନିଜର ବେତନ ବିଷୟରେ ନିଷ୍ପତ୍ତି ନେଇଥାନ୍ତି। ଆଉ ଯେତେବେଳେ ମନ କରେ ଦରମା ମଧ୍ୟ ବୃଦ୍ଧି କରିନିଅନ୍ତି। ଏହି କମ୍ପାନୀର ନାମ ଗ୍ରାଣ୍ଟ୍ରି। ଏହି କମ୍ପାନୀ ବ୍ୟବସାୟ କରୁଥିବା କମ୍ପାନୀଗୁଡିକର ସରକାରୀ ଫଣ୍ଡ ଆଦାୟ କରିବାରେ ସାହାଯ୍ୟ କରିଥାଏ। ଏହି କମ୍ପାନୀରେ କାମ କରୁଥିବା ଜଣେ ମହିଳା କର୍ମଚାରୀ ନିଜର ଦରମା ନିଜେ ବଢାଇଛନ୍ତି। ପୂର୍ବରୁ ସେହି ମହିଳା କର୍ମଚାରୀଙ୍କ ଦରମା ୨୭ ଲକ୍ଷ ରହିଥିବା ବେଳେ ଏବେ ସେ ଏହାକୁ ବଢାଇ ୩୩ ଲକ୍ଷ ଟଙ୍କା କରିଦେଇଛନ୍ତି। ଏହା ଶୁଣି ଆପଣଙ୍କ ହୋସ୍ ଉଡିଯାଇପାରେ। କିନ୍ତୁ ଏହା ସତ୍ୟ।
ଏହାସହ ପଢ଼ନ୍ତୁ ; ବିଷ ପାନ ପରେ ଭଗବାନ ଶିବ ଏଠାରେ କରିଥିଲେ ତପସ୍ୟା, ଜାଣନ୍ତୁ କାଲିଞ୍ଜର ଅନେକ ରହସ୍ୟ
ରିପୋର୍ଟ ମୁତାବକ, ୨୫ ବର୍ଷୀୟ ସିସିଲିୟା ମଣ୍ଡୁକା ନିଜର ଦରମା ବର୍ଷକୁ ୬ ଲକ୍ଷ ବୃଦ୍ଧି କରିଛନ୍ତି। ଏହି ଦରମା ବୃଦ୍ଧିକୁ ନେଇ ମହିଳା ଜଣକ କହିଛନ୍ତି, ତାଙ୍କ କାମରେ ପରିବର୍ତ୍ତନ ହେବା ଏବଂ ଟାର୍ଗେଟ ପୂରଣ କରିବାକୁ ଦିଆଯିବା ଯୋଗୁଁ ସେ ନିଜର ଦରମା ବଢାଇଛନ୍ତି।
ଗ୍ରାଣ୍ଟିରେ କାମ କରୁଥିବା ପ୍ରତ୍ୟେକ କର୍ମଚାରୀ ଦରମା ବୃଦ୍ଧି କରିବା ପୂର୍ବରୁ ନିଜ ସାଥୀ କର୍ମଚାରୀଙ୍କ ସହିତ ଏହା ବିଷୟରେ ଚର୍ଚ୍ଚା କରିଥାନ୍ତି। ସିସିଲିୟାଙ୍କ ସାର୍ଥୀ କର୍ମଚାରୀ ତାଙ୍କ ବେତନ ବୃଦ୍ଧି କରିବା ପ୍ରସ୍ତାବରେ ତାଙ୍କ ସମର୍ଥନରେ ରହିଥିଲେ। ଗ୍ରାଣ୍ଟି କମ୍ପାନୀରେ ପାଖାପାଖି ୪୫ ଜଣ କର୍ମଚାରୀ କାମ କରନ୍ତି ଏବଂ ସବୁ କର୍ମଚାରୀ ନିଜର ଦରମା ଚୟନ ନିଜେ କରନ୍ତି। କିନ୍ତୁ ନିଜର ଦରମା ବଢାଇବା ପୂର୍ବରୁ ସେହି କାମ ପାଇଁ ଅନ୍ୟ କର୍ମଚାରୀ କେତେ ଟଙ୍କା ନେଉଛନ୍ତି, ତାହା ମଧ୍ୟ ଦେଖନ୍ତି। ଏହା ଛଡା ଅନ୍ୟ କର୍ମଚାରୀଙ୍କ ସହିତ ବିଚାର କରି ନିଜ ଦରମା ବୃଦ୍ଧି କରିଥାନ୍ତି।