କେନ୍ଦ୍ରାପଡ଼ାରେ ଏନ୍କାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ଝୁଲ ଆହତ, ଏକାଧିକ ଅପରାଧିକ ମାମଲାରେ ସଂପୃକ୍ତ

କେନ୍ଦ୍ରାପଡ଼ା(କେନ୍ୟୁଜ୍) : କେନ୍ଦ୍ରାପଡ଼ାରେ ଏନ୍କାଉଣ୍ଟର। ସଦର ଥାନା କଜଳା- ନାନକର ରାସ୍ତାରେ ସ୍ପେଶାଲ ସ୍କ୍ଵାର୍ଡ ଓ ସଦର ପୋଲିସ ମିଳିତ ଏନ୍କାଉଣ୍ଟର କରିଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଗଣେଶ ମଳିକ ଓରଫ ଝୁଲ ଆହତ ହୋଇଛି। ତାର ଡାହାଣ ଗୋଡରେ ଗୁଳି ବାଜିଛି। ତାକୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଛି। ତା ନିକଟରୁ ଗୋଟେ ଗୁଳି ଭର୍ତ୍ତି ବନ୍ଧୁକ ଜବତ କରାଯାଇଛି। ଗତକାଲି ରାତିରେ ଝୁଲ ଘରକୁ ଫେରୁଥିବାବେଳେ ଖବର ପାଇ ସଦର ପୋଲିସ ତାର ପିଛା କରିଥିଲା। ପ୍ରଥମେ ଝୁଲ ପୋଲିସ ଉପରକୁ ଗୁଳି ଚଳାଇଥିଲା। ଏହାପରେ ପୋଲିସ ଗୁଳିରେ ଝୁଲ ଆହତ ହୋଇଥିଲା। ତା ନାଁରେ ଚୋରି, ରାହାଜାନି ଓ ଦାଦାବଟି ଆଦାୟ ଭଳି ଏକାଧିକ ଅପରାଧିକ ମାମଲା ରହିଛି। ଗତ ୫ବର୍ଷ ହେବ ସେ ଫେରାର ଥିଲା।