ମାଲକାନଗିରି ସୀମାନ୍ତ ଛତିଶଗଡ ଖଲାରୀ ଜଙ୍ଗଲରେ ଏନକାଉଣ୍ଟର, ୪ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି(କେନ୍ୟୁଜ୍) : ମାଲକାନଗିରି ସୀମାନ୍ତ ଛତିଶଗଡ ଧନତେରୀ ଜିଲ୍ଲା ପୋଲିସକୁ ସଫଳତା । ଖଲାରୀ ଜଙ୍ଗଲରେ ଏସ୍‌ଟିଏଫ୍‌ ପୋଲିସର ଅପରେସନରେ ୪ ହାର୍ଡକୋର ମାଓବାଦୀ ମୃତ । ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଘଟଣାସ୍ଥଳରୁ ୭ଟି ବନ୍ଧୁକ ଓ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ପୋଲିସ । ବିଶେଷସୂତ୍ରରୁ ପୋଲିସ ଖବରପାଇ ଜଙ୍ଗଲରେ ଅପରେସନ କରିଥିଲା। ପରେ ମାଓବାଦୀ-ପୋଲିସ ମଧ୍ୟରେ ୧ଘଣ୍ଟା କାଳ ଗୁଳିବିନିମୟ ହୋଇଥିଲା। ପୋଲିସ ଏନକାଉଣ୍ଟରେ ୪ ମାଓବାଦୀ ନିହତ ହୋଇଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ଅପରେସନ ଜୋରଦାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.