Below header

ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରୁ ବାହାରିଲା ଆଡ଼ପ ଅବଢ଼ା

ପୁରୀ(କେନ୍ୟୁଜ୍) : ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଏବେ ଚତୁର୍ଦ୍ଧାମୂର୍ତ୍ତି । ବାହାରିଲା ଆଡ଼ପ ଅବଢ଼ା । ଆଡ଼ପ ଅବଢ଼ା ପାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ନାକଚଣା ଦ୍ୱାର ବାଟେ ଅବଢା ଧରି ବାହାରୁଛନ୍ତି ଭକ୍ତ । ଗତକାଲି ସଂଧ୍ୟାରେ ମହାପ୍ରଭୁଙ୍କୁୁ ଗୋଟି ପହଣ୍ଡି ହୋଇ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି । ପ୍ରଥମେ ସୁଦର୍ଶନ, ପରେ ପରେ ବଳଭଦ୍ର ଓ ସୁଦଭ୍ରାଙ୍କ ପହଣ୍ଡି ଅନୁଷ୍ଠିତ ହୋଇଥିଲା । ଶେଷରେ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି ବିଜେ ହୋଇଥିଲା । ଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.