ଧରା ପଡିଯିବା ଭୟରେ ୧୫୦୦ ଟଙ୍କାକୁ ଚୋବାଇ ଖାଇଲେ କନିଷ୍ଠ କିରାଣି , ଭିଜିଲାନ୍ସ ଟିମ୍ କରାଇଲା ବାନ୍ତି

ଧରା ପଡିଯିବା ଭୟରେ ଜଣେ କନିଷ୍ଠ କିରାଣି ମିଳିଥିବା ୧୫୦୦ ଟଙ୍କା ଲାଞ୍ଚକୁ ଚୋବାଇ ଗିଳିଦେଲେ। ଏହି ଲାଞ୍ଚ ଟଙ୍କାକୁ ତାଙ୍କ ଠାରୁ ଆଦାୟ କରିବା ପାଇଁ ଭିଜିଲାନ୍ସ ଟିମ ତାଙ୍କୁ ବାନ୍ତି କରାଇଥିଲେ। ପରେ ତାଙ୍କ ପେଟରୁ ବାହାରିଥିବା ୩ ଖଣ୍ଡ ୫୦୦ ଟଙ୍କିଆ ଖଣ୍ଡିଆ ନୋଟକୁ ଉଦ୍ଧାର କରି ପରୀକ୍ଷାକଗାରକୁ ପଠାଇଛି ଭିଜିଲାନ୍ସ ଟିମ୍।

ଘଟଣାଟି ଘଟିଛି ମହାରାଷ୍ଟ୍ରର ଶିବନଗର ଜିଲ୍ଲା ଦୌରା ଜଜ୍ ଅଦାଲତ ପରିସରରେ ।ଗୁରୁବାର ଦିନ ପ୍ରସନ୍ନ କୁମାର ନାମକ ଜଣେ କନିଷ୍ଠ କିରାଣି ବିବେବାଡି ଅଞ୍ଚଳର ଜଣେ ୩୧ ବର୍ଷିୟ ବ୍ୟକ୍ତିଙ୍କ ଠାରୁ ଏକ କେସରେ ଦାୟର ହୋଇଥିବା ଚାର୍ଜସିଟର ଫଟୋ କପି ପାଇଁ ୧୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଫଟୋକପି ମାଗିଥିବା ବ୍ୟକ୍ତି ଜଣକ କିରାଣିଙ୍କ ଲାଞ୍ଚ ମାଗିବା କଥାକୁ ଭିଜିଲାନ୍ସ ଅଧିକାରୀଙ୍କ ନିକଟରେ କହିଥିଲେ । ଭିଜିଲାନ୍ସ ଟିମ୍‌ ଏହାକୁ ଗୁରୁତର ସହକାରେ ନେଇ ପ୍ରସନ୍ନ କୁମାର ଲାଞ୍ଚ ନେଉଥିବା ବେଳେ ଧରିଥିଲେ। ଧରାପଡିବା ବେଳେ ପ୍ରସନ୍ନ କୁମାର ତିନୋଟି ୫୦୦ ଟଙ୍କା ନୋଟକୁ ଭୟରେ ଚୋବାଇ ଗିଳିଦେଇଥିଲେ।

ପୁଣେର ଏସପି ସନ୍ଦିପ ଦିବାନ କହିଛନ୍ତି, ଭିଜିଲାନ୍ସ ଟିମ୍‌ ଏହି ନୋଟ ଗୁଡିକ କାଢିବା ପାଇଁ ପ୍ରସନ୍ନଙ୍କୁ ତଳକୁ ନୁଆଇଁ ନାକ ଚିପି ବାନ୍ତି କରାଇଥିଲା ଓ ବାନ୍ତିରେ ବାହାରିଥିବା ଖଣ୍ଡ ଖଣ୍ଡ ନୋଟ ଗୁଡିକୁ ଜବତ କରି ପରିକ୍ଷାଗାରକୁ ପଠାଇଥିଲେ। ଏବେ ତାଙ୍କୁ ଗିରଫ କରି ଜେଲ ପଠାଯାଇଛି ।