ହଷ୍ଟେଲରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ରାଗିଂ ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ
ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ତାଙ୍କ ନାଁ ରୋଜାଲିନ୍ ପାତ୍ର ଓ ଘର ଜେନାପୁର ଥାନା ଷେଣ୍ଢପୁର ଗାଁରେ । ତୃତୀୟ ବର୍ଷ ଇଲେକ୍ଟ୍ରିକାଲ ଛାତ୍ରୀ ରୋଜାଲିନ୍ । ଜଣେ ମେଧାବୀ ଛାତ୍ରୀ ଥିଲେ।

ଯାଜପୁର (କେନ୍ୟୁଜ): ଜୀବନ ହାରିଲେ ପଲିଟେକନିକ୍ ଛାତ୍ରୀ । ହଷ୍ଟେଲ ରୁମ୍ରେ ଝୁଲି ପଡ଼ିଲେ । ଯାଜପୁର ସରକାରୀ ପଲିଟେକନିକ୍ର ବିରଜା ହଷ୍ଟେଲରେ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ତାଙ୍କ ନାଁ ରୋଜାଲିନ୍ ପାତ୍ର ଓ ଘର ଜେନାପୁର ଥାନା ଷେଣ୍ଢପୁର ଗାଁରେ । ତୃତୀୟ ବର୍ଷ ଇଲେକ୍ଟ୍ରିକାଲ ଛାତ୍ରୀ ରୋଜାଲିନ୍ । ଜଣେ ମେଧାବୀ ଛାତ୍ରୀ ଥିଲେ।
୪ଟି କ୍ୟାମ୍ପସ ପାଇଥିଲେ ରୋଜାଲିନ୍ । ସେ କାହିଁକି ଏଭଳି ନିଷ୍ପତ୍ତି ନେଲେ ? ରୁମମେଟ୍ ଓ ଅନ୍ୟ କିଛି ଛାତ୍ରୀଙ୍କ ଦ୍ୱାରା ରାଗିଂର ଶିକାର ହୋଇ ଝିଅ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଏନେଇ ଝିଅ ଘରକୁ ଫୋନ କରି ଜଣାଇଥିବା ତାଙ୍କ ବାପା ମାଆ କହିଛନ୍ତି । ଅଧିକ ଖୋଳତାଡ କରୁଛି କୋରେଇ ଥାନା ପୋଲିସ ।