Below header

ଗୋଲାପୀ ନୋଟ୍‌ ବଦଳାଇବାକୁ ସାଧାରଣ ଲୋକଙ୍କୁ ଢାଲ, EOW ସ୍କାନରରେ ଟଙ୍କା ବଦଳାଉଥିବା ବ୍ୟକ୍ତି

ସରୁନି ୨ହଜାର ଟଙ୍କିଆ ନୋଟ କି କମୁନି ଭିଡ଼ । ମିଶନ ନେଇ ନୋଟ୍ ବଦଳାଉଥିବା ଖବର ଉପରେ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ EOW ଓ ଇଡି । ତଦନ୍ତକାରୀ ସଂସ୍ଥାର ସ୍କାନରକୁ ଆସିଛନ୍ଚି ଟଙ୍କା ବଦଳାଉଛନ୍ତି ବ୍ୟକ୍ତି । ବ୍ୟାଙ୍କରୁ ତଥ୍ୟ ନେଇ ଖୋଳତାଡ କରିବ ଇଓଡବ୍ଲୁ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଭୁବନେଶ୍ବର (କେନ୍ୟୁଜ): ସରୁନି ୨ହଜାର ଟଙ୍କିଆ ନୋଟ କି କମୁନି ଭିଡ଼ । ଗୋଲାପୀ ନୋଟ୍ ବଦଳାଇବାକୁ ଭୁବନେଶ୍ବର ଆଇବିଆଇ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଲମ୍ବା ଲାଇନ ଲାଗୁଛି । କମିଶନ ନେଇ ନୋଟ୍ ବଦଳାଉଥିବା ଖବର ଉପରେ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ EOW ଓ ଇଡି । ତଦନ୍ତକାରୀ ସଂସ୍ଥାର ସ୍କାନରକୁ ଆସିଛନ୍ଚି ଟଙ୍କା ବଦଳାଉଛନ୍ତି ବ୍ୟକ୍ତି । ବ୍ୟାଙ୍କରୁ ତଥ୍ୟ ନେଇ ଖୋଳତାଡ କରିବ ଇଓଡବ୍ଲୁ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଯେଉଁମାନେ ବାରମ୍ବାର ଟଙ୍କା ବଦଳ କରିବାକୁ ବ୍ୟାଙ୍କକୁ ଆସିଛନ୍ତି, ସେମାନଙ୍କର ତଥ୍ୟ ନେଇଛନ୍ତି ଦୁଇ ତଦନ୍ତକାରୀ ସଂସ୍ଥା । ଆରବିଆଇଠାରୁ ସମସ୍ତ ତଥ୍ୟ ସହ ଗତ ୫ ଦିନର ସିସିଟିଭି ଫୁଟେଜ୍ ନେଇଛନ୍ତି । ଟଙ୍କା ବଦଳାଉଥିବା ବ୍ୟକ୍ତିଙ୍କ ତଥ୍ୟ ନେବା ପରେ ସେମାନଙ୍କର ଆକାଉଣ୍ଟକୁ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି ।

ସେମାନେ ବଦଳ କରିଥିବା ଟଙ୍କା ସମ୍ପର୍କରେ ତଥ୍ୟ ଓ ଆବଶ୍ୟକ ପ୍ରମାଣ ଖୋଜିବେ EOW ଓ ଇଡି । ପରବର୍ତ୍ତୀ ସମୟରେ ଆବଶ୍ୟକ ହେଲେ ସେମାନଙ୍କୁ ପଚରାଉଚରା ହୋଇପାରେ । ଆକାଉଣ୍ଟରେ ଟଙ୍କା ଜମା କରିବାରୁ ସୁବିଧା ଥିଲେ ମଧ୍ୟ ଅନେକ ଲୋକ କ୍ୟାସ୍ ନେବାକୁ ପସନ୍ଦ କରୁଛନ୍ତି । ତେଣୁ ଏହା ଗୋଲାପୀ ନୋଟ୍ କଳାବଜାରୀ ବୋଲି ସ୍ପଷ୍ଟ ହେଉଛି । ପୂର୍ବରୁ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ୪ ମାସ ମହଲତ ମିଳିଥିଲା । ସେତେବେଳେ ଲୋକମାନେ କାହିଁକି ଟଙ୍କା ବଦଳାଇ ଏବେ ଟଙ୍କା ବଦଳ ପାଇଁ ଭିଡ଼ ଲଗାଉଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.