ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ, ‘ଲଚକ ମଣି ବେବି ଲୋ’ ଗୀତ ଗାଇ ହୋଇଥିଲେ ଲୋକପ୍ରିୟ

ପ୍ରେମରେ ପ୍ରତାରଣା କଲେ ଓଲିଉଡ୍ କଣ୍ଠଶିଳ୍ପୀ । ଅଭିଯୋଗ ପରେ ଗିରଫ ହେଲେ ଚଚ୍ଚିତ ପ୍ରଚ୍ଛଦପଟ ଗାୟକ ଦେବେଶ ପତି ଗିରଫ । ବିବାହା ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଓ ଟଙ୍କା ଲୁଟିବା ଅଭିଯୋଗରେ ଭୁବନେଶ୍ବର ନୟାପଲ୍ଲୀ ଥାନା ପୋଲିସ ଓଲିଉଡର ଓଲିଉଡର ଚଚ୍ଚିତ ସିଙ୍ଗର ଦେବେଶ ପତିଙ୍କୁ ଗିରଫ କରିଛି ।

ଭୁବନେଶ୍ବର (କେନ୍ୟୁଜ): ଲଭ, ସେକ୍ସ, ଧୋକା । ସିଙ୍ଗରଙ୍କ ନାଁରେ ପ୍ରେମରେ ପ୍ରତାରଣା ଅଭିଯୋଗ । ଗିରଫ ହେଲେ ଲଚକ ମଣି ବେବି ଲୋ, ବୟଫ୍ରେଣ୍ଡ ତୋର ହେବି ଲୋ ଗୀତର ଜଣାଶୁଣା କଣ୍ଠଶିଳ୍ପୀ ଦେବେଶ ପତି । ବିବାହା ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ବଳାତ୍କାର ଓ ଟଙ୍କା ଲୁଟିବା ଅଭିଯୋଗରେ ଭୁବନେଶ୍ବର ନୟାପଲ୍ଲୀ ଥାନା ପୋଲିସ ଓଲିଉଡର ଏହି ଚର୍ଚ୍ଚିତ ସିଙ୍ଗରଙ୍କୁ ଗିରଫ କରିଛି । ଦେବେଶଙ୍କ ଘର ଯାଜପୁରରେ।

ଗତ ବୁଧବାର ରାତିରେ ପୋଲିସ ତାଙ୍କୁ ଗିରଫ କରିବା ପରେ ଗତକାଲି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଦେବେଶଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଭଦ୍ରକ ଅଞ୍ଚଳର ଯୁବତୀଙ୍କୁ ଦେବେଶ ଭଲ ପାଇ ପ୍ରତାରଣା କରିଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଯୁବତୀ ଅଭିଯୋଗ କରିଥିଲେ, ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ସହ ତାଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ ଦେବେଶ । ତାଙ୍କ ବିରୋଧରେ ଆଇପିସିର ଦଫା ୩୭୬, ୪୨୦, ୪୦୬, ୩୧୩, ୨୯୪, ୫୦୬ ଓ ୬୬/୭୭ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.