ନିଆଳୀ: ଦଳିତ ସାହିରେ ବିଜେପି ଯୁବମୋର୍ଚ୍ଚା ତରଫରୁ ଶୁଖିଲା ଖାଦ୍ୟ, ମାସ୍କ, ସାନିଟାରୀ ସାବୁନ କରାଗଲା ବଣ୍ଟନ

ନିଆଳି(କେନ୍ୟୁଜ): କଟକ ଜିଲ୍ଲା ନିଆଳୀ ବ୍ଲକ ନିଆଳୀ ପଂଚାୟତର  ଦଳିତ ସାହିରେ ବିଜେପି ଯୁବମୋର୍ଚ୍ଚା ତରଫରୁ ୨୦୦ ଗରିବ ପରିବାରଙ୍କୁ ଶୁଖିଲା ଖାଦ୍ୟ, ମାସ୍କ, ସାନିଟାରୀ ସାବୁନ ବିତରଣ କରାଯାଇଥିଲା। ଏଥିରେ କଟକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଭକ୍ତ ବତ୍ସଳ ବସ୍ତିଆଙ୍କ ନେତୃତ୍ୱ ରେ ଏହି ସେବା କାର୍ଯ୍ୟ କରାଯାଇଥିଲା।  ବିଶ୍ୱ ରେ ବ୍ୟାପି ଥିବା କରୋନା ମହାମାରୀରୁ କିପରି ରକ୍ଷା ପାଇପାରିବା ସେ ବିଷୟରେ ମଧ୍ୟ ଲୋକ ମାନଙ୍କ ସହ ଆଲୋଚନା କରିବା ସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ମିଳୁଥିବା ସରକାରୀ ସହାୟତା ପ୍ରକୁତରେ ଲୋକମାନଙ୍କ ପାଖରେ ପହଂଚିଲାନି କି ନାହିଁ ସେ ବିଷୟରେ ପଚାରି ବୁଝି ଥିଲେ।  ତାଙ୍କ ସହ ବିଜେପିର ବରିଷ୍ଠ ନେତା ପୂର୍ବତନ ମଣ୍ଡଳ ସଭାପତି ବ୍ରହ୍ମାନନ୍ଦ ମିଶ୍ର,ନିଆଳୀ ପଂଚାୟତର ବରିଷ୍ଠ ବିଜେପି ନେତା ଅନ୍ତର୍ଯ୍ୟାମୀ ଷଡ଼ଙ୍ଗୀ ଓ ଯୋଗେନ୍ଦ୍ର ସାହୁ, ଯୁବ ବିଜେପି ନେତା ବିଭୁତି ନାୟକ ପ୍ରମୂଖ ଉପସ୍ଥିତ ରହି ସେବା କାର୍ଯ୍ୟରେ ସହଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.