Below header

କେନ୍ଦ୍ରାପଡ଼ାରେ ନିପନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା, ଡିସେମ୍ବରରେ ଜନଶୁଣାଣି ପ୍ରକ୍ରିୟା

କେନ୍ଦ୍ରାପଡ଼ାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଆଉ ପାଦେ ଆଗକୁ ବଢିଲେ ରାଜ୍ୟ ସରକାର। ଡିସେମ୍ବର ମାସରେ ହେବ ଜନଶୁଣାଣି ପ୍ରକ୍ରିୟା । ଡିସେମ୍ବର ଶେଷ କିମ୍ବା ଜାନୁଆରୀ ସୁଦ୍ଧା ମିଳିବ ପରିବେଶ ଅନୁମତି ।

କେନ୍ଦ୍ରାପଡ଼ାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଆଉ ପାଦେ ଆଗକୁ ବଢିଲେ ରାଜ୍ୟ ସରକାର। ଡିସେମ୍ବର ମାସରେ ହେବ ଜନଶୁଣାଣି ପ୍ରକ୍ରିୟା । ଡିସେମ୍ବର ଶେଷ କିମ୍ବା ଜାନୁଆରୀ ସୁଦ୍ଧା ମିଳିବ ପରିବେଶ ଅନୁମତି । ପରିବେଶ ମଞ୍ଜୁରୀ ପ୍ରକ୍ରିୟା ପାଇଁ ଲାଗେ ୬ ମାସରୁ ୮ ମାସ । ଜମି ଅଧିଗ୍ରହଣ ପାଇଁ ଡିସେମ୍ବରରୁ ଆରମ୍ଭ ହେବ ଜନଶୁଣାଣୀ । ଏହା ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଜୋର ଧରିବ । ରାଜ୍ୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଏ ନେଇ ପ୍ରସ୍ତୁତ ହେଉଛନ୍ତି ।

ପ୍ରକଳ୍ପ ପାଇଁ ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ହେବ । ଏନେଇ ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ । ୨୦୨୨ ଡିସେମ୍ବରରେ ୧୦ ଲକ୍ଷ ୪୮ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ହସ୍ତଗତ ହୋଇଥିଲା । ଶିଳ୍ପ ପ୍ରତିଷ୍ଠା ପାଇଁ ୭୪୬ ଟି ଆବେଦନ ମିଳିଥିଲା । ସେଥିମଧ୍ୟରୁ ୪୬୬ ଟି ଶିଳ୍ପକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଅନୁମୋଦିତ ୪୬୬ଟି ଶିଳ୍ପରୁ ୯୦ଟି ଗ୍ରାଉଣ୍ଡେଡ଼ ହେଲାଣି । ୨୦୨୩ ଡିସେମ୍ବର ସୁଦ୍ଧା ୧୯ ପ୍ରତିଶତ ଶିଳ୍ପ ଗ୍ରାଉଣ୍ଡେଡ଼ ହୋଇଛି । ଆସନ୍ତା ମେକ ଇନ ଓଡିଶା ପୂର୍ବରୁ ୪୦ପ୍ରତିଶତ ଶିଳ୍ପ ଗ୍ରାଉଣ୍ଡେଡ଼ ହେବ ବୋଲି ଆଶା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.