ନାଳରେ ବୁଡି ଦୁଇ ନାବାଳକ ମୃତ

ହଣ୍ଡପା ଥାନା ଅଂଚଳରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା | ନାଳରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଯାଇଛି |

ଅନୁଗୁଳ : ହଣ୍ଡପା ଥାନା ଅଂଚଳରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା | ନାଳରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଯାଇଛି | ଜଣେ ନାବାଳକ ହେଲେ କାଳିଆ ବେହେରାଙ୍କ ପୁଅ ବାଦଲ ଓ ଅନ୍ୟ ଜଣେ ହେଲେ ଜୟନ୍ତ ପ୍ରଧାନଙ୍କ ପୁଅ ସୁରେନ୍ଦ୍ର | ସ୍କୁଲରୁ ଫେରି ନାଳ ନିକଟକୁ ଯାଇଥିବା ବେଳେ ଘଟିଛି ଅଘଟଣ | ହଣ୍ଡପା ଥାନା ବାଲିଅମ୍ବା ଗାଁ ନିକଟ ନାଳରୁ ଦୁଇ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି | ପୋଲିସ ଘଟଣାର ତଦନ୍ତ କରୁଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.