Below header

ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଚାଲିଲା ୪୪ଟି ଲକ୍ଷ୍ମୀ ବସ୍

ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ନବରଙ୍ଗପୁରକୁ ଆସିଲେ ଲକ୍ଷ୍ମୀ । ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଲିଲା ୪୪ଟି ଲକ୍ଷ୍ମୀ ବସ୍ ।

ନବରଙ୍ଗପୁର : ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ନବରଙ୍ଗପୁରକୁ ଆସିଲେ ଲକ୍ଷ୍ମୀ । ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଲିଲା ୪୪ଟି ଲକ୍ଷ୍ମୀ ବସ୍ । ଜିଲ୍ଲାର ୧୦ଟି ବ୍ଲକର ସବୁ ପଞ୍ଚାୟତକୁ ଯୋଡିବ ଲକ୍ଷ୍ମୀ । ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ। ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଦୁର୍ଗମ ଅଞ୍ଚଳରେ ଗମନାଗମନ ଏକ ବଡ଼ ସମସ୍ୟା।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ଗସ୍ତରୁ ଲୋକଙ୍କ ଯିବା ଆସିବାର ଅସୁବିଧା ବିଷୟରେ ମୁଁ ଜାଣିବା ପରେ ଆମର ଏହି ଲକ୍ଷ୍ମୀ ଯୋଜନା ଆରମ୍ଭ କରାଗଲା। ଏହା ଦ୍ୱାରା ଗ୍ରାମାଞ୍ଚଳରେ ସାମାଜିକ ସଂପର୍କ ମଜଭୁତ୍ ହେବା ସହିତ ଅର୍ଥନୀତି ମଧ୍ୟ ଆହୁରି ସୁଦୃଢ ହେବ ବୋଲି ସେ କହିଥିଲେ। ଲକ୍ଷ୍ମୀ ବସ୍ ଯୋଗୁ ସମସ୍ତେ ସୁବିଧାରେ ନିଜ କାମରେ ବିଭିନ୍ନ ଜାଗାକୁ ଯାଇପାରିବେ। ଏହାଦ୍ୱାରା ସାମାଜିକ, ଅର୍ଥନୈତିକ ବିକାଶ ଘଟିବ।

ଏହା ମାଧ୍ୟମରେ ଆପଣଙ୍କ ଘରକୁ ମା’ ଲକ୍ଷ୍ମୀ ଆସିବେ। ଘରେ ଘରେ ଖୁସି ଓ ଆନନ୍ଦ ଆସିବ ବୋଲି ସେ କହିଥିଲେ। ନବରଙ୍ଗପୁର ପ୍ରତି ମୋର ସ୍ୱତନ୍ତ୍ର ଧ୍ୟାନ ରହିଛି । ଆଗାମୀ ୩ ବର୍ଷ ମଧ୍ୟରେ ଜିଲ୍ଲାରେ ବ୍ୟାପକ ରୂପାନ୍ତର ଆସିବ ବୋଲି ସେ କହିଥିଲେ। ଏହି ଅବସରରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଯେ ଆଜି ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ଆମେ ସମସ୍ତେ ଯେତେବେଳେ ମା’ ଲକ୍ଷ୍ମୀଙ୍କୁ ପୂଜା କରି ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରୁଛୁ, ସେତେବେଳେ ମୁଖ୍ୟମନ୍ତ୍ରୀ ଆଜି ଆମ ସମସ୍ତଙ୍କ ପାଇଁ ଘରେଘରେ ଲକ୍ଷ୍ମୀ ଆଣିଛନ୍ତି। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.