Below header

ମାଲିକ କାର ଜଳାଇଦେଲା ପୂର୍ବତନ ଡ୍ରାଇଭର, ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ

ମାଲିକର ଗାଡ଼ି ଓ ବାଇକ୍‌ କୁ ଜାଳିପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ କରିଛି ପୂର୍ବତନ ଡ୍ରାଇଭର । ସୌଭାଗ୍ୟବଶତଃ ନିଆଁ ଲଗାଇବା ସମୟରେ କାର ଭିତରେ କେହି ବି ନଥିଲେ ନଚେତ ତାଙ୍କ ଜୀବନ ଯାଇଥାନ୍ତା । ତେବେ ଆସନ୍ତୁ ଜାଣିବା ପୂରା ଘଟଣା କଣ ଥିଲା ।

ମନରେ ପ୍ରତିଶୋଧ ଭାବନା ଆସିଲେ ମଣିଷ ନିଜର ହିତାହିତ ଜ୍ଞାନ ହରାଇ ବସେ । ମୁଣ୍ଡରେ କୁବୁଦ୍ଧି ଜୁଟେ ଆଉ ପ୍ରତିଶୋଧ ପରାୟଣ ହୋଇ କଣ କରେ କିଛି ଜାଣି ପାରେନି । ସମାନ ଭାବେ ଜଣେ ଡ୍ରାଇଭରକୁ ତା ମାଲିକ ଘରୁ ବାହାର କରିବା ପରେ ରାଗରେ ଜଳି ଉଠିଥିଲା ପୂର୍ବତନ ଡ୍ରାଇଭର । କେମିତି ମାଲିକକୁ କ୍ଷତି ପହଞ୍ଚାଇବ ସେଇ କଥା ଦିନ ରାତି ଭାବୁଥିଲା । ଆଉ ଯେମିତି ସୁଯୋଗ ମିଳିଲା ମାଲିକ ଘରକୁ ଯାଇ କାର ଓ ବାଇକ୍‌ ରେ ନିଆଁ ଲଗାଇଥିଲା । ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ମାଲିକର ଗାଡ଼ି ଓ ବାଇକ୍‌ କୁ ଜାଳିପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ କରିଛି ପୂର୍ବତନ ଡ୍ରାଇଭର । ସୌଭାଗ୍ୟବଶତଃ ନିଆଁ ଲଗାଇବା ସମୟରେ କାର ଭିତରେ କେହି ବି ନଥିଲେ ନଚେତ ତାଙ୍କ ଜୀବନ ଯାଇଥାନ୍ତା । ତେବେ ଆସନ୍ତୁ ଜାଣିବା ପୂରା ଘଟଣା କଣ ଥିଲା ।

ଭୁବନେଶ୍ୱର ଜାଗମରାରେ ଅଜିତ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଏଭଳି ଘଟଣା ଘଟିଛି । ମହମ୍ମଦ ହାକିମ ନାମକ ଜଣେ ଯୁବକଙ୍କୁ ଡ୍ରାଇଭର ହିସାବରେ ଚାକିରିରେ ରଖିଥିଲେ ଅଜିତ୍‌ । ଘରର ଅନ୍ୟନ୍ୟ କାମ ବି ମହମ୍ମଦ କରୁଥିଲା । କିନ୍ତୁ ମହମ୍ମଦ ନିଶା କରୁଥିବା କଥା ଜାଣିବା ପରେ ଅଜିତ ତାକୁ ଚାକିରିରୁ ବାହାର କରି ଦେଇଥିଲେ । କିଛି ଦିନ ପରେ ଅଜିତ କାର ଚଳାଇବା ପାଇଁ ଆଉ ଜଣେ ନୂଆ ଡ୍ରାଇଭରକୁ ରଖିଥିଲେ । ଚାକିରିରୁ ବିଦା ହେବା ପରେ ମହମ୍ମଦ ହାକିମ ମନରେ ଆସିଥିଲା ପ୍ରତିଶୋଧ ଭାବନା । ଆଉ ତା ପରେ ଘଟାଇଥିଲା ଏଭଳି କାଣ୍ଡ । ମହମ୍ମଦ କାରକୁ ଜଳାଇବା ପରେ ଭାବିଥିଲା କେବେ ବି ଧରା ପଡ଼ିବନି । କିନ୍ତୁ ମହମ୍ମଦ ଘରେ ପଶୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ପରେ ଆକ୍ସନ ମୋଡକୁ ଆସିଥିଲା ଖଣ୍ଡଗିରି ଥାନା ପୋଲିସ । ଜାଗମରାର ଅଜିତ କୁମାର ନାୟକଙ୍କ କାରକୁ ପୂର୍ବତନ ଡ୍ରାଇଭର ମହମ୍ମଦ ହାକିମ ଜଳାଇଥିଲା । ଅଜିତ ଏନେଇ ଥାନାରେ ଏକ ଅଭିଯୋଗ କରିଥିଲେ । ପରେ ଖଣ୍ଡଗିରି ଥାନା ପୋଲିସ ଅଭିଯୁକ୍ତ ମହମ୍ମଦ ହାକିମକୁ ଗିରଫ କରିଛି ।

ଅଜିତ ଏବଂ ତା ସ୍ତ୍ରୀ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ଅଛନ୍ତି । କାରଣ ଯେଉଁ ବ୍ୟକ୍ତି ପ୍ରତିଶୋଧ ପରାୟଣ ହୋଇ ଗାଡ଼ିରେ ନିଆ ଲଗାଇ ପାରୁଛି ସେ ନିଜ ମାଲିକକୁ କ୍ଷତି ପହଞ୍ଚାଇବାକୁ କେତେ ସମୟ ବା ଲାଗିବ । ତେଣୁ ଅଜିତ ନିଜ ସୁରକ୍ଷାକୁ ନେଇ ବର୍ତ୍ତମାନ ଚିନ୍ତାରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.