Below header

ମେଡିକାଲ ପରିସରରେ କାନ୍ଦୁଛି ମା’, ଟିକା ନେବା ପରେ ୬ ମାସ ଶିଶୁର ଚାଲିଗଲା ଜୀବନ

ଗୋଟେ ମା’ ବିକଳ ହୋଇ ନିଜ ଛୁଆ ପାଇଁ କାନ୍ଦୁଛି । ତା ମୁହଁରେ କେବଳ ଗୋଟାଏ କଥା ମୋ ଛୁଆକୁ ଫେରାଇ ଦିଅ । କେତେ ଦିଅଁ ଦେବତା ପୂଜା କରି ମୋ କୋଳ ପୂରା ହୋଇଥିଲା । କେତେ କଷ୍ଟରେ ମୁଁ ପୁଅଟିଏ ପାଇଛି । ହେଲେ ଆଜି ମୋ କୋଳ ଖାଲି ହୋଇଗଲା । ମୋ ଛୁଆ ଆଉ ଏ ଦୁନିଆରେ ନାହିଁ । କିଏ ଫେରାଇବ ମୋ ଛୁଆକୁ ମୋତେ ।

ଗୋଟେ ମା’ ବିକଳ ହୋଇ ନିଜ ଛୁଆ ପାଇଁ କାନ୍ଦୁଛି । ତା ମୁହଁରେ କେବଳ ଗୋଟାଏ କଥା ମୋ ଛୁଆକୁ ଫେରାଇ ଦିଅ । କେତେ ଦିଅଁ ଦେବତା ପୂଜା କରି ମୋ କୋଳ ପୂରା ହୋଇଥିଲା । କେତେ କଷ୍ଟରେ ମୁଁ ପୁଅଟିଏ ପାଇଛି । ହେଲେ ଆଜି ମୋ କୋଳ ଖାଲି ହୋଇଗଲା । ମୋ ଛୁଆ ଆଉ ଏ ଦୁନିଆରେ ନାହିଁ । କିଏ ଫେରାଇବ ମୋ ଛୁଆକୁ ମୋତେ ।

ମେଡିକାଲ ପରିସରରେ ନିଜ ୬ ମାସର ଶିଶୁକୁ ଧରି କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି ଏ ମହିଳା ଜଣକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡା ମେଡିକାଲରେ । ଏହି ମହିଳାଙ୍କ କହିବା ଅନୁଯାୟୀ ତାଙ୍କ ଛଅ ମାସର ଶିଶୁକୁ ଟିକା ଦେବା ପରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇଥିଲା । ତା ପରେ ତାକୁ ତୁରନ୍ତ ମେଡିକାଲ ନେଇଥିଲେ । ହେଲେ ସେଠାରେ ପହଞ୍ଚିଲା ବେଳକୁ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା ।

ସୁଚନା ମୁତାବକ ବୁଗୁଡା ନେଳିଆବନ୍ଦ ସାହିରେ ରହୁଥିବା ମାଗି ନାୟକଙ୍କ ଛଅ ମାସର ଶିଶୁଙ୍କୁ ଟିକା ଦେବା ନିମନ୍ତେ ଗତକାଲି ବୁଗୁଡା ମେଡିକାଲକୁ ନେଇଥିଲେ । ହେଲେ ଶିଶୁକୁ ଟିକା କେନ୍ଦ୍ରରେ ଟୀକା ଦେଇ ଘରକୁ ଫେରି ଥିଲେ । କିନ୍ତୁ କୌଣସି କାରଣରୁ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଏହାପରେ ପରିବାର ଲୋକେ ଶିଶୁକୁ ବୁଗୁଡ଼ା ମେଡିକାଲକୁ ଆଣିବା ପରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । ଏହି ମୃତ୍ୟୁ ଘଟଣାକୁ ନେଇ ଉତ୍ୟକ୍ତ ପରିବାର ଲୋକେ ବୁଗୁଡ଼ା ମେଡିକାଲରେ ଏକ ଉତ୍ତେଜନା ପରିବେଶ ସୃଷ୍ଟି କରିଥିଲେ । ଆଉ ଆଶାକର୍ମୀଙ୍କୁ ଶିଶୁର ମୃତ୍ୟୁ ପାଇଁ ସିଧାସଳଖ ଦାୟୀ କରିଛନ୍ତି । ଯାହାକୁ ନେଇ ଉତ୍ତ୍ୟକ୍ତ ସମ୍ପର୍କୀୟ ଲୋକେ ବୁଗୁଡ଼ା ମେଡିକାଲରେ ଭଙ୍ଗାରୁଜା କରିଥିବା ଘଟଣା ଦେଖିବାକୁ ମିଳିଛି । ଖବର ପାଇ ଘଟଣା ସ୍ଥଳରେ ବୁଗୁଡା ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.