Below header

ଭଦ୍ରକର ପୂର୍ବତନ DSWO ଜୟନ୍ତୀ ବେହେରା ଗିରଫ, ଠାବ ହୋଇଛି ଆୟ ଠାରୁ ୧୪୫ ପ୍ରତିଶତ ସଂପତ୍ତି

ଭଦ୍ରକର ପୂର୍ବତନ DSWO ଜୟନ୍ତୀ ବେହେରା ଗିରଫ। ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ କୋଟିପତି ଜୟନ୍ତୀ ବେହେରାଙ୍କୁ ଭିଜିଲାନ୍‌ସ ଗିରଫ କରିଛି। ଆୟ ଠାରୁ ୧୪୫ ପ୍ରତିଶତ ସଂପତ୍ତି ତାଙ୍କ ଠାରୁ ଠାବ ହୋଇଛି। ଗତକାଲି ତାଙ୍କ ଘର, ଅଫିସ ସମେତ ଏକକାଳୀନ ୧୧ଟି ସ୍ଥାନରେ ରେଡ ହୋଇଥିଲା ।

ଭଦ୍ରକ(କେନ୍ୟୁଜ): ଭଦ୍ରକର ପୂର୍ବତନ DSWO ଜୟନ୍ତୀ ବେହେରା ଗିରଫ। ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ କୋଟିପତି ଜୟନ୍ତୀ ବେହେରାଙ୍କୁ ଭିଜିଲାନ୍‌ସ ଗିରଫ କରିଛି। ଆୟ ଠାରୁ ୧୪୫ ପ୍ରତିଶତ ସଂପତ୍ତି ତାଙ୍କ ଠାରୁ ଠାବ ହୋଇଛି। ଗତକାଲି ତାଙ୍କ ଘର, ଅଫିସ ସମେତ ଏକକାଳୀନ ୧୧ଟି ସ୍ଥାନରେ ରେଡ ହୋଇଥିଲା ।

ତାଙ୍କର ବ୍ୟାଙ୍କ, ପୋଷ୍ଟାଲ ଓ ଇନସ୍ୟୁରାନ୍‌ସରେ ଏକ କୋଟି ୬୧ ଲକ୍ଷ ଟଙ୍କା ରହିଛି। ନଗଦ ଟଙ୍କା ୨ଲକ୍ଷ ୭୯ ହଜାକର ଟଙ୍କା ରହିଛି। ତାଙ୍କ ଘରୁ ୨ କେଜି ରୁପା ଅଳଙ୍କାର ମିଳିଛି । ବାଲେଶ୍ୱରରେ ତାଙ୍କର ତିନିଟି ବହୁତଳ କୋଠା, ୪ଟି ପ୍ଲଟ, ଭୁବନେଶ୍ୱରରେ ୨ଟି ଫ୍ଲାଟ ଠାବ ହୋଇଛି ।

ଗୋଟିଏ ଚାରି ଚକିଆ ଗାଡ଼ି ଓ ଗୋଟିଏ ଗାଡ଼ି ମଧ୍ୟ ଜବତ କରିଛି ଭିଜିଲାନ୍‌ସ। ଜୟନ୍ତୀ ବେହେରାଙ୍କର ଗତ ୪ତାରିଖରେ ଭୁବନେଶ୍ୱର ମହିଳା ଓ ଶିଶୁ ବିକାଶ ବିଭାଗକୁ ବଦଳି ହୋଇଥିଲା । ତାଙ୍କ ନାଁରେ ଆୟଠୁ ଅଧିକ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.