କ୍ଲାଉଡ ସିଡିଙ୍ଗ କଣ? କାନପୁରରେ କୃତ୍ରିମ ଉପାୟରେ ହେଲା ବର୍ଷା

ଆଇଆଇଟି କାନପୁରର ଅନୁସନ୍ଧାନକାରୀମାନେ କୃତ୍ରିମ ଭାବେ ଏହି ବର୍ଷାକୁ ପ୍ରସ୍ତୁତ କରିଛନ୍ତି । ବର୍ତ୍ତମାନ ଦେଶର ଯେକୌଣସି ସ୍ଥାନରେ ଆବଶ୍ୟକ ପଡ଼ିଲେ କୃତ୍ରିମ ଭାବେ ବର୍ଷା କରାଯାଇ ପାରିବ । କୃତ୍ରିମ ବର୍ଷା କରିବା ପାଇଁ ଯେଉଁ ପ୍ରୋସେସ ବ୍ୟବହାର କରାଯାଇଛି ତାକୁ କ୍ଲାଉଡ ସିଡିଙ୍ଗ କୁହାଯାଉଛି ।

ନିକଟରେ କାନପୁରରେ ଏପରି ଏକ ବର୍ଷା ହୋଇଛି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । କିନ୍ତୁ କାନପୁରରେ ହୋଇଥିବା ଏହି ବର୍ଷା ପ୍ରାକୃତିକ ଭାବେ ହୋଇନାହିଁ । ଆଇଆଇଟି କାନପୁରର ଅନୁସନ୍ଧାନକାରୀମାନେ କୃତ୍ରିମ ଭାବେ ଏହି ବର୍ଷାକୁ ପ୍ରସ୍ତୁତ କରିଛନ୍ତି । ବର୍ତ୍ତମାନ ଦେଶର ଯେକୌଣସି ସ୍ଥାନରେ ଆବଶ୍ୟକ ପଡ଼ିଲେ କୃତ୍ରିମ ଭାବେ ବର୍ଷା କରାଯାଇ ପାରିବ ।

କୃତ୍ରିମ ବର୍ଷା କରିବା ପାଇଁ ଯେଉଁ ପ୍ରୋସେସ ବ୍ୟବହାର କରାଯାଇଛି ତାକୁ କ୍ଲାଉଡ ସିଡିଙ୍ଗ କୁହାଯାଉଛି । ଏହି ପଦ୍ଧତିରେ କୃତ୍ରିମ ଉପାୟରେ ଯେକୌଣସି ସ୍ଥାନରେ ବର୍ଷା କରାଯାଇ ପାରିବ । ଏହି ପରୀକ୍ଷାକୁ ସଫଳ କରିବା ପାଇଁ କାନପୁର ଆଇଆଇଟିକୁ ୬ ବର୍ଷ ସମୟ ଲାଗିଥିଲା । ଏହି ପ୍ରୋଜେକ୍ଟର ମୁଖ୍ୟ ପ୍ରଫେସର ମଣିନ୍ଦ୍ର ଅଗ୍ରଓ୍ଵାଲ ଥିଲେ, ଯେ ଏହାର ସଫଳତା ପରେ ବହୁତ ଖୁସି ଅଛନ୍ତିି ।

ତେବେ ଏହି କ୍ଲାଉଡ ସିଡିଙ୍ଗ କଣ?
ଆକାଶରେ କଳା ବାଦଲ ଆସିଲେ ଏବଂ ବିଜୁଳି ଘଡ଼ଘଡ଼ି ହେଲେ ହିଁ ବର୍ଷା ହୋଇଥାଏ । କିନ୍ତୁ କ୍ଲାଉଡ ସିଡିଙ୍ଗ ଦ୍ୱାରା ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ବର୍ଷା କରାଯାଇ ପାରିବ । ଏହା ଦ୍ୱାରା ବର୍ତ୍ତମାନ ମରୁଡ଼ି ଏବଂ ପ୍ରଦୂଷଣ ଭଳି ସମସ୍ୟାର ସମାଧାନ ହୋଇ ପାରିବ । ତେବେ କ୍ଲାଉଡ ସିଡିଙ୍ଗ ସମୟରେ, ଏକ ବିମାନରୁ ଅନେକ କ୍ଲାଉଡ ସିଡ୍‌ ବାଦଲରେ ବିଛା ଯାଏ, ଏହା ପରେ ହିଁ ଆକାଶରେ ବାଦଲ ଭରିଯାଏ ଏବଂ କିଛି ସମୟ ପରେ ବର୍ଷା ହୋଇଥାଏ । କିନ୍ତୁ ଏହି ପ୍ରକ୍ରିୟା ବହୁତ କଠିନ ହୋଇଥାଏ ।rain

ବାଦଳରେ ବିଛା ଯାଉଥିବା ଏହି କ୍ଲାଉଡ ସିଡ୍‌ କିପରି ପ୍ରସ୍ତୁତ ହୋଇଥାଏ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଠୁଥିବ । ଏହି କ୍ଲାଉଡ ସିଡ୍‌ କୁ ସାଇଣ୍ଟଫିକ ଉପାୟରେ ଲ୍ୟାବରେ ପ୍ରସ୍ତୁତ କରାଯାଇଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ଶୁଖିଲା ବରଫ, ଲୁଣ, ସିଲଭର୍‌ ଆୟୋଡାଇଡ ସହିତ ଅନେକ ରାସାୟନିକ ପଦାର୍ଥ ଏଥିରେ ମିଶା ଯାଇଥାଏ । ଏହାକୁ ପ୍ରସ୍ତୁତ କରିବା ପରେ ଏୟାରକ୍ରାଫ୍ଟ ଦ୍ୱାରା ଆକାଶରେ ଏହାକୁ ବୁଣା ଯାଏ । ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଏକ ପ୍ରକାର ଚାଷ ପରି କରାଯାଇଥାଏ, ସେଥିପାଇଁ ଏହାକୁ କ୍ଲାଉଡ ସିଡିଙ୍ଗ କୁହାଯାଇଥାଏ । ତେବେ ଭାରତ ପୂର୍ବରୁ ୟୁଏଇ ଏବଂ ଚୀନରେ ଏହି ପରୀକ୍ଷଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.