୩ ବର୍ଷ ପରେ ନେଲେ ଭୟଙ୍କର ପ୍ରତିଶୋଧ! ଶିକ୍ଷକଙ୍କୁ ଡାକି ଗୁଳି ମାରିଲେ ଦୁଇ ପୂର୍ବତନ ଛାତ୍ର…ଭିଡିଓ ଭାଇରାଲ

ଶିକ୍ଷକଙ୍କୁ ଗୁଳି ମାରିଛନ୍ତି ଦୁଇ ପୂର୍ବତନ ଛାତ୍ର। ବାଇକ୍‌ରେ ଆସି ଛାତ୍ରଦ୍ୱୟ ଶିକ୍ଷକଙ୍କୁ ଗୁଳି ମାରିଥିବା ସୂଚନା ରହିଛି। ମଧ୍ୟ ପ୍ରଦେଶର ମୁରେନାରୁ ଏପରି ଘଟଣା ସାମ୍ନାକୁ ଆସିଛି।

ମଧ୍ୟ ପ୍ରଦେଶର ମୁରେନାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇ ପୂର୍ବତନ ଛାତ୍ର ଶିକ୍ଷକଙ୍କୁ ଗୁଳି ମାରିଛନ୍ତି। ଛାତ୍ରଦ୍ୱୟ ବାଇକ୍‌ରେ ଆସି ଶିକ୍ଷକଙ୍କୁ ଗୁଳି ମାରିଥିବା ସୂଚନା ରହିଛି। ଶିକ୍ଷକ ଜଣକ ଏକ କୋଚିଂ କ୍ଲାସ୍‌ର ସଞ୍ଚାଳକ ବୋଲି ଜଣାପଡ଼ିଛି। ଏହି ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ଗ୍ଵାଲିୟରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେପଟେ ଶିକ୍ଷକଙ୍କୁ ଗୁଳିମାଡ଼ର ଘଟଣା ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ୍‌ରେ କଏଦ ହୋଇଛି। ଯେଉଁ ଦୁଇ ଛାତ୍ର ଏପରି କାଣ୍ଡ ଭିଆଇଛନ୍ତି, ସେମାନେ ଉକ୍ତ କୋଚିଂ କ୍ଲାସ୍‌ର ପୂର୍ବତନ ଛାତ୍ର ଥିଲେ ବୋଲି ପୋଲିସ କହିଛି।

ଘଟଣା ଘଟିଛି ମୁରେନାର ସିଭିଲ୍‌ ଲାଇନ୍‌ ଥାନା ଅଞ୍ଚଳରେ। ଏଠାରେ ଜୋରା ରୋଡ୍‌ରେ ଶିକ୍ଷକ ଜଣକ ଏକ କୋଚିଂ କ୍ଲାସ୍‌ ଚଳାଇଥିଲେ। ଶିକ୍ଷକଙ୍କ ପରିବାର ଲୋକଙ୍କ କହିବା ହେଲା, ଅଭିଯୁକ୍ତ ଦୁଇ ଛାତ୍ର ପ୍ରାୟ ୩ ବର୍ଷ ପୂର୍ବେ କୋଚିଂକୁ ପାଠ ପଢ଼ିବାକୁ ଆସୁଥିଲେ। କିନ୍ତୁ ଯେତେବେଳେ ସେମାନଙ୍କୁ ଫିସ୍‌ ମଗାଯାଇଥିଲା, ସେମାନେ ମନା କରିଦେଇଥିଲେ। ଫିସ୍‌ ନ ଦେବା କାରଣରୁ ସେମାନଙ୍କୁ କୋଚିଂରୁ ବାହାର କରି ଦିଆଯାଇଥିଲା।

ଏବେ ୩ ବର୍ଷ ପରେ ଦୁଇ ଛାତ୍ର ବାଇକ୍‌ରେ ଆସି ଘଟଣାର ପ୍ରତିଶୋଧ ନେଇଛନ୍ତି। ପ୍ରଥମେ ସେମାନେ ଶିକ୍ଷକଙ୍କୁ କଥା ହେବା ପାଇଁ ଡାକିଥିଲେ। ଏହାରି ଭିତରେ ବାଇକ୍‌ ପଛରେ ବସିଥିବା ଛାତ୍ର ଶିକ୍ଷକଙ୍କୁ ଗୁଳି ମାରିଥିଲେ। ଘଟଣା ପରେ ଉଭୟେ ସେଠାରୁ ଫେରାର୍‌ ହୋଇଯାଇଥିଲେ। ପୋଲିସ କହିଛି, ସିସିଟିଭି ଫୁଟେଜ୍‌ରେ ଦୁଇ ଅଭିଯୁକ୍ତ ଛାତ୍ରଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଧରିବା ପାଇଁ ଏକ ପୋଲିସ ଟିମ୍‌ ଆଖାପାଖ ଅଞ୍ଚଳରେ ଖୋଜାଖୋଜି କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.