Below header

ବୃଦ୍ଧା ମହିଳାଙ୍କ ଆକାଉଣ୍ଟରୁ ୪ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହଡପ ଅଭିଯୋଗ

ବୃଦ୍ଧା ମହିଳାଙ୍କ ଆକାଉଣ୍ଟରୁ ୪ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହଡପ ଅଭିଯୋଗ । ଥାନାରେ ଏତଲା ଦେଲେ ବୃଦ୍ଧା ମହିଳା ।

ଯାଜପୁର ଟାଉନ (କେନ୍ୟୁଜ): ବୃଦ୍ଧା ମହିଳାଙ୍କ ଆକାଉଣ୍ଟରୁ ୪ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହଡପ ଅଭିଯୋଗ । ଥାନାରେ ଏତଲା ଦେଲେ ବୃଦ୍ଧା ମହିଳା । ଯାଜପୁର ବିଂଝାରପୁର ବ୍ଳକ ଜଗନ୍ନାଥପୁର ଗାଁର ଭଗବତୀ ଦିବ୍ୟାଙ୍କ ଆକାଉଣ୍ଟରୁ ଅଟୋ ଡ୍ରାଇଭର ଆଶିଷ ନାୟକ ୪ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି ।

ଆଶିଷ ନାୟକ ଅତି ଚତୁରତାର ସହ ବୃଦ୍ଧାଙ୍କ ବ୍ୟାଙ୍କ ଖାତାରୁ ଚେକ୍‌ ମାଧ୍ୟମରେ ଅଳ୍ପ ଅଳ୍ପ କରି ସମସ୍ତ ଟଙ୍କା ଉଠାଇ ନେଇଥିଲେ । ଏନେଇ ଜାଣିବା ପରେ ବୃଦ୍ଧ ଜଣକ ବିଝାଂରପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ୍‌ ଅଭିଯୁକ୍ତ ଆଶିଷ ନାୟକକୁ ଅଟକ ରଖି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.