Below header

ଭବାନୀପାଟଣାରେ ବିଜେପିର ମହାଜନସଂପର୍କ ଅଭିଯାନ, ଯୋଗ ଦେଲେ ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭବାନୀପାଟଣାରେ ବିଜେପିର ମହାଜନସଂପର୍କ ଅଭିଯାନ। ମହାସମାବେଶ। କେନ୍ଦ୍ରରେ ମୋଦି ସରକାରଙ୍କ ୯ବର୍ଷର ଉପଲବ୍‌ଧିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା।

ଭବାନୀପାଟଣାରେ ବିଜେପିର ମହାଜନସଂପର୍କ ଅଭିଯାନ। ମହାସମାବେଶ। କେନ୍ଦ୍ରରେ ମୋଦି ସରକାରଙ୍କ ୯ବର୍ଷର ଉପଲବ୍‌ଧିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା।

ମୋଦିଙ୍କ ନେତୃତ୍ୱରେ ଭାରତ ଆଗାମୀ ଦିନରେ ବିକଶିତ ରାଷ୍ଟ୍ରରେ ପରିଣତ ହେବ ବୋଲି କହିଛନ୍ତି ଜଗତ ପ୍ରକାଶ ନଡ୍ଡା। ଆଜି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ବିଶ୍ୱ ମାନୁଛି। କିନ୍ତୁ ମୋଦିଙ୍କୁ ପ୍ରଶଂସା କଲେ କଂଗ୍ରେସକୁ ବାଧୁଛି ବୋଲି ସେ କହିଛନ୍ତି। ସମାବେଶରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମୋଦି ସରକାର ବିଶ୍ୱରେ ଏକ କୀର୍ତ୍ତି ସ୍ଥାପନ କରିଛି।

ଗତକାଲି ବିଶ୍ୱର ଦୁଇ ବୃହତ ଗଣତନ୍ତ୍ର ଭାରତ ଓ ଆମେରିକା ନିଜ ସମ୍ବନ୍ଧର ଏକ ନୂଆ ଅଧ୍ୟାୟରେ ଯୋଡ଼ି ହୋଇଛନ୍ତି। ୧୪୦ କୋଟି ଭାରତୀୟଙ୍କ ମାନ, ସମ୍ମାନ ଓ ପ୍ରତିଷ୍ଠାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱସ୍ତରରେ ପହଞ୍ଚାଇଛନ୍ତି। ଭାରତୀୟଙ୍କ ଗୌରବ ଆଜି ବିଶ୍ୱରେ ବଢିଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.