ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟିମ୍‌ ଘୋଷିତ; ସଞ୍ଜୁ ସାମସନଙ୍କ ଏଣ୍ଟ୍ରି, ଟେଷ୍ଟ ଦଳରୁ ବାହାରିଲେ ଚେତେଶ୍ୱର ପୂଜାରା

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଜୁଲାଇ ମାସରେ ଦିନିକିଆ, ଟେଷ୍ଟ ଏବଂ ଟି-୨୦ ସିରିଜ୍ ଆୟୋଜନ ହେବ। ଏଥିପାଇଁ ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଏଥର ଅନେକ ନୂଆ ନାଁ ଦଳରେ ସାମିଲ ହୋଇଛନ୍ତି।

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଜୁଲାଇ ମାସରେ ଦିନିକିଆ, ଟେଷ୍ଟ ଏବଂ ଟି-୨୦ ସିରିଜ୍ ଆୟୋଜନ ହେବ। ଏଥିପାଇଁ ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଏଥର ଅନେକ ନୂଆ ନାଁ ଦଳରେ ସାମିଲ ହୋଇଛନ୍ତି।

ଭାରତୀୟ ୱିକେଟ୍‌କିପର ସଞ୍ଜୁ ସାମସନଙ୍କୁ ପୁଣିଥରେ ଦିନିକିଆ ଦଳରେ ସୁଯୋଗ ମିଳିଛି। ସେପଟେ ଟେଷ୍ଟ ଦଳରେ ମଧ୍ୟ ଅନେକ ବଡ଼ ପରିବର୍ତ୍ତନ କରାଯାଇଛି। ଚେତେଶ୍ୱର ପୂଜାରାଙ୍କୁ ଟେଷ୍ଟ ଦଳରୁ ବାହାର କରାଯାଇଛି। ଅଜିଙ୍କ୍ୟ ରାହାଣେଙ୍କୁ ଟେଷ୍ଟ ଦଳର ଉପ ଅଧିନାୟକ କରାଯାଇଛି।

ସଞ୍ଜୁ ସାମସନଙ୍କୁ ଆହତ କେ.ଏଲ୍ ରାହୁଲଙ୍କ ସ୍ଥାନରେ ଦଳରେ ସୁଯୋଗ ମିଳିଛି। ସଞ୍ଜୁ ସାମସନଙ୍କ ବ୍ୟତୀତ ଅଜିଙ୍କ୍ୟ ରାହାଣେ ପ୍ରାୟ ୨ ବର୍ଷ ପରେ ଟେଷ୍ଟ ଦଳକୁ ଫେରିଛନ୍ତି ଏବଂ ପୁଣିଥରେ ଦଳର ଉପ ଅଧିନାୟକ ହୋଇଛନ୍ତି।

ଭାରତୀୟ ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଋତୁରାଜ ଗାୟକୱାଡ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ (ୱିକେଟ୍‌କିପର), ଇଶାନ କିଶନ (ୱିକେଟ୍‌କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ଶାର୍ଦୁଲ ଠାକୁର, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜୟଦେବ ଉନାଦକଟ, ମହମ୍ମଦ ସିରାଜ, ଉମରାନ୍‌ ମଲିକ, ମୁକେଶ କୁମାର।

ଭାରତୀୟ ଟେଷ୍ଟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଋତୁରାଜ ଗାୟକୱାଡ, ବିରାଟ କୋହଲି, ଯଶସ୍ୱୀ ଜାୟସୱାଲ, ଅଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), କେଏସ୍ ଭରତ (ୱିକେଟ୍‌କିପର), ଇଶାନ କିଶନ (ୱିକେଟ୍‌କିପର), ଆର. ଅଶ୍ୱିନ, ଆର. ଜାଡେଜା, ଶାର୍ଦୁଲ ଠାକୁର, ଅକ୍ଷର ପଟେଲ, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଦକଟ, ନବଦୀପ ସାଇନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.